ଏଣିକି ରେଳ ଚଳାଚଳରେ ବାଧକ ସାଜିବନି ଖରାପ ମୌସୁମୀ ଏବଂ କୁହୁଡି ! ରେଳବାଇ ଆଣିଲା ନୂଆ ଟେକ୍ନୋଲୋଜି ।

25

କୁହୁଡି ଏବଂ ଖରାପ ମୌସୁମୀ କାରଣରୁ ରେଳ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଅନେକ ସମୟରେ ରେଳ ଚଳାଚଳ ହୋଇନପାରିବାରୁ ଅନେକ କ୍ଷୟକ୍ଷତି ହେଉଛି । ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି । ଏଥିପାଇଁ ରେଳ କର୍ମଚାରୀମାନଙ୍କୁ ଏହି ବର୍ଷ ଖାସ ପ୍ରଶିକ୍ଷଣ ଦିଆଯିବାର ପ୍ରବନ୍ଧନ କରାଯାଇଛି । କୁହୁଡି ଏବଂ ଖରାପ ମୌସୁମୀରେ କିପରି ରେଳ ଚଳାଚଳ ହେବ ଏବଂ ଟ୍ରେନର ଗତି କେତେ ରହିବ ତାହା ଏହି ପ୍ରଶିକ୍ଷଣ ଜରିଆରେ ରେଳ କର୍ମଚାରୀ ମାନଙ୍କୁ ଶିକ୍ଷା ଦିଆଯିବ ।

ସୂଚନା ମୁତାବକ, ପ୍ରଶିକ୍ଷଣ କ୍ୟାମ୍ପ ଆସନ୍ତା ସେପ୍ଟେ୍ମ୍ବର ୧ ତାରିଖରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ଲଗାଯିବ । ଏଥିସହିତ ଏହି ଟ୍ରେନିଂ ଦିଲ୍ଲୀ ମଣ୍ଡଳର କେତେକ ସ୍ଥାନରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ କରାଯିବାର ଘୋଷଣା କରାଯାଇଛି । ଦିଲ୍ଲୀ ମଣ୍ଡଳର ଲୋକ ପାଇଲଟଙ୍କୁ ପୁରୁଣା ଦିଲ୍ଲୀ, ସକୁରବସ୍ତି, ଦିଲ୍ଲୀ ସରାଇ, ରୋହିଲ୍ଲା ଏବଂ ଲୋକାଲ ପାଇଲଟକୁ ସକୁରବସ୍ତିରେ ଟ୍ରେନିଂ ଦିଆଯିବ ।

ଉତ୍ତର ଭାରତରେ ଶିତ ଦିନେ ଏବଂ ବର୍ଷା ଦିନେ କୁହୁଡି ଏବଂ ଖରାପ ମୌସୁମୀ ରେଳ ଚଳାଚଳରେ ଏକ ବଡ ସଂକଟ ପାଲଟି ଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ଭାରତୀୟ ରେଳବାଇ ପ୍ରାୟ ୨୪୦୦ ଫାଷ୍ଟ ସେପ୍ଟି ଡିଭାଇଜ କିଣିଛି । ଠିକ ସେହିଭଳି ଦିଲ୍ଲୀ ମଣ୍ଡଳ ମଧ୍ୟ ୯୦୦ ଫାଷ୍ଟ ସେପ୍ଟି ଡିଭାଇଜ କିଣିଛି । ଏହି ଡିଭାଇଜରେ ଫାଷ୍ଟ ଜିପିଏସ ସିଗନାଲ ସିଷ୍ଟମ ଜୋଡା ଯାଇଛି । ଯାହା ଫଳରେ ଏହି ଡିଭାଇଜ ଘନ କୁହୁଡିରେ ବି ରାସ୍ତା ଦେଖାଇ ଟ୍ରେନକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିବ ।