ରେଲୱେ ଟିକେଟ ନେଇ ହେଲା ବଡ଼ ପରିବର୍ତ୍ତନ ! ଗ୍ରାହକଙ୍କୁ ମିଳିବ ଅନେକ ସୁବିଧା, ଜାଣନ୍ତୁ କିପରି ଉଠାଇବେ ଲାଭ ?

81

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ରେଲୱେ ଟିକେଟ୍ ନେଇ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ତେବେ ଏନେଇ ଅଧିକ ଜାଣିବା ପାଇଁ ପୁରା ଖବର ପଢ଼ିବା ନିହାତି ଜରୁରୀ । ରେଲୱର ସଂରକ୍ଷଣ ଫର୍ମରେ ୧ ଫେବୃୟାରୀରୁ ପରିବର୍ତ୍ତନ ହୋଇଛି । ନୂଆ ଫର୍ମରେ ଦିବ୍ୟାଙ୍ଗ ଓ କିନ୍ନରଙ୍କ ପାଇଁ ପରିଚୟ ଦେବା ପାଇଁ କ୍ଲାସ ଯୋଡ଼ାଯାଇଛି । ନୂଆ ଫର୍ମରେ ଶତାବ୍ଦୀ ଓ ରାଜଧାନୀର ଯାତ୍ରୀ ଖାଇବେ ନାଁ ନାହିଁ ବୋଲି ବିକଳ୍ପ ରହିଛି । ଏବେ ପର୍ଯ୍ୟନ୍ତ ବିକଳ୍ପ ନହେବା ଯୋଗୁଁ ଶତାବ୍ଦୀ ଓ ରାଜଧାନୀର ଯାତ୍ରୀଙ୍କୁ ଶୁଳ୍କ ଦେବା ପାଇଁ ପଡ଼ୁଥିଲା । ଅନ୍ୟପଟେ ରିଜର୍ଭେସନ ନେବା ପରେ ମଧ୍ୟ ଟ୍ରେନ ମିସ୍ ହୋଇଗଲେ ଟିଟିଇ ଆପଣଙ୍କ ସିଟକୁ ଆଗକୁ ଦୁଇଟି ଷ୍ଟେସନ୍ ପର୍ଯ୍ୟନ୍ତ କାହାକୁ ବି ଦେଇପାରିବେ ନାହିଁ । ଏପରିସ୍ଥଳେ ଆପଣ ଆଗୁଆ ଷ୍ଟେସନରେ ଟ୍ରେନ ଧରି ସେଠାରେ ଯାତ୍ରା କରିପାରିବେ । ତେବେ ଆପଣ ଆଗକୁ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ ଧରିନପାରିଲେ ଆଫଣଙ୍କ ସିଟକୁ ଅନ୍ୟକୁ ଦେଇଦେବାର ଅଧିକାର ରହିଛି ।

ticket-officeଯଦି ଆପଣଙ୍କର ଟ୍ରେନ ମିସ୍ ହୋଇଯାଉଛି, ତେବେ ଆପଣ ଟିିଡ଼ିଆର ଫାଇଲ କରିପାରିବେ । ଆଉ ସେତେବେଳ ଆପଣଙ୍କୁ ବେସ୍ ଫେୟାରର ୫୦ ପ୍ରତିଶତ ଫେରସ୍ତ ମିଳିଯିବ । ଯଦି ଟିକେଟ୍ ହଜି ଯାଇଛି, ତେବେ ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏଥିପାଇଁ ବୋର୍ଡ଼ିଂ ଷ୍ଟେସନରେ ମୁଖ୍ୟ ରିଜର୍ଭେସନ ସୁପରଭାଇଜରଙ୍କୁ ନକଲି ଟିକେଟ୍ ଦେବା ପାଇଁ ଲିଖିତ ଆବେଦନ କରିବା ପାଇଁ ପଡ଼ିବ । ଆବେଦନ ସହ ଆଇଡ଼ି କାର୍ଡ଼ର କପି ଲଗାଇବା ପାଇଁ ପଡ଼ିବ । ଯାତ୍ରା କରିବାର ୨୪ ଘଂଟା ପୂର୍ବରୁ ଏସବୁ କରିବା ପାଇଁ ପଡ଼ିବ । ଯଦି ଆପଣ କୌଣସି ପକ୍ଷୀକୁ ନେଇ ଯାତ୍ରା କରୁଛନ୍ତି, ତାକୁୁ ପାଖରେ ରଖିପାରିବେ ନାହିଁ । ପକ୍ଷୀକୁ ଲଗେଜ ଭ୍ୟାନରେ ରଖାଯିବ । ଏହାସହ ପକ୍ଷୀକୁ ସାଙ୍ଗରେ ନେଇଯିବା ପାଇଁ ପ୍ରଥମେ ଫର୍ମ ଭରିବା ପାଇଁ ପଡ଼ିବ ।

ଯଦି ଆପଣ ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ବୁକିଂ ମିଳିନାହିଁ, ତେବେ ଆପଣ ତଥାପି ଗନ୍ତବ୍ୟ ସ୍ଥାନରେ ପହଞ୍ଚିପାରିବେ । ଏଥିପାଇଁ ଆପଣଙ୍କୁ ଟିଟିଇଙ୍କ ସହ ସମ୍ପର୍କ କରିବା ପାଇଁ ପଡ଼ିବ । ଟିଟିଇ ଅଧିକ ଭଡ଼ା ନେଇ ଟିକେଟ ଜାରି କରିଦେବେ । ଏହାସହ ନୂଆ ବର୍ଥ ପାଇଁ ମଧ୍ୟ ସୁବିଧା ପ୍ରଦାନ କରିବେ । ଯଦି କୌଣସି କାରଣରୁ ଟ୍ରେନ କ୍ୟାନସେଲ ହୋଇଯାଏ ତେବେ ଆପଣଙ୍କୁ ପୁରା ଟଙ୍କା ମିଳିବ ।