ଟ୍ରେନ ବିଳମ୍ବ ହେଲେ ଯାତ୍ରୀ ଫେରି ପାଇବେ ପଇସା ! ରେଳବିଭାଗ ଜାରି କଲା ନୂଆ ନିୟମ, ଜାଣି ରଖନ୍ତୁ ନଚେତ ପଡିବେ ହଇରାଣରେ

41

କନକ ବ୍ୟୁରୋ : ଭାରତରେ ଅଧିକାଂଶ ଲୋକ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ରେଳ ଉପରେ ନିର୍ଭର କରିଥାନ୍ତି । ଭାରତୀୟ ରେଳ ବିଭାଗ ଅକ୍ଟୋବର ମାସରୁ ଯାତ୍ରୀଙ୍କ ପାଇଁ ଥିବା ନିୟମରେ କିଛି ପରତବର୍ତ୍ତନ ଆଣିଛି । ଟିକଟ କରିବା ଠାରୁ ଆରମ୍ଭ କରି ଯାତ୍ରା କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କିଛି ନା କିଛି ନିୟମ ପରିବର୍ତ୍ତନ କରିଛି ରେଳ ବିଭାଗ । ତେବେ ଯଦି ଆପଣ ମଧ୍ୟ ରେଳରେ ଯାତ୍ରା କରୁଥାନ୍ତି ତେବେ ଅକ୍ଟୋବର ମାସରୁ ପରିବର୍ତ୍ତ ନ ହେଉଥିବା ୪ଟି ନିୟମ ବିଷୟରେ ଜାଣି ରଖନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

train sleepingଟ୍ରେନରେ ଶୋଇବା ସମୟ : ଏଣିକି ଟ୍ରେନରେ ଆଉ ପୂର୍ବଭଳି ଘଣ୍ଟା ଘଣ୍ଟା ଧରି ଶୋଇପାରିବେନି ଯାତ୍ରୀ । ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର କରିଛି ରେଳ ବିଭାଗ । ଏଣିକି ରାତି ୧୦ ଟାରୁ ସକାଳ ୬ ପର୍ଯ୍ୟନ୍ତ ଟ୍ରେନରେ ଶୋଇପାରିବେ ଯାତ୍ରୀ । ସାଧାରଣ ବଗିରେ ସିଟକୁ ନେଇ ବାରମ୍ବାର ଯାତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏଭଳି ନିଷ୍ପତି ନେଇଛି ରେଲୱେ । ପୂର୍ବରୁ ଯାତ୍ରୀ ମାନେ ସିଟରେ ଘଣ୍ଟା ଘଣ୍ଟା ଶୋଇ ରହୁଥିବାରୁ ଅନ୍ୟ ଯାତ୍ରୀଙ୍କୁ ସିଟରେ ବସିବାକୁ ଅସୁବିଧା ହେଉଥିଲା ।

କ୍ୟାସଲେସ ପେମେଣ୍ଟ : ଯଦି ଆପଣ କ୍ୟାସଲେସ ଉପାୟରେ ଟିକଟ କରୁଥାନ୍ତି ତେବେ ରେଲୱେର ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ । ପେଟିଏମ, ଆଇସିଆଇସିଆଇ ଓ ଏକ୍ସିସ ବ୍ୟାଙ୍କର ଡେବିଟ କାର୍ଡରେ ଯଦି ପେମେଣ୍ଟ କରୁଥାନ୍ତି ତେବେ ସେହି କାର୍ଡରେ ଲାଗୁଥିବା ବିଭିନ୍ନ ଚାର୍ଜ ଉପରେ ପରିବତର୍ତ୍ତନ ଆଣିଛି ରେଳ ବିଭାଗ । ଯଦି ଆପଣ ରେଳ ବିଭାଗ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରୁଥାନ୍ତି ତେବେ ଆପଣଙ୍କୁ ୦.୨୫ ପ୍ରତିଶତ ଚାର୍ଜ ଦେବାକୁ ପଡିବ । ଏହାସହ ୧୦୦୦ରୁ ୨୦୦୦ ଓ ୨୦୦୦ରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିଲେ ଯଥାକ୍ରମେ ୦.୫୦ ଓ ୧ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ।

train waitingଟ୍ରେନ ବିଳମ୍ବ ହେଲେ ଫେରି ପାଇବେ ପଇସା : ଅନେକ ସମୟରେ ବିଳମ୍ବ ହୋଇଥାଏ । ଏଥିପାଇଁ ବିଭିନ୍ନ ଜରୁରୀ କାମ ମଧ୍ୟ ହାତଛଡା ହୋଇଥାଏ । କିନ୍ତୁ ଏଣିକି ଟ୍ରେନ ଡେରି ହେଲେ ଆପଣଙ୍କୁ ପଇସା ମିଳିବ । ଭାରତୀୟ ରେଳ ବିଭାଗ ସୂଚନା ଅନୁଯାୟୀ, ଯଦି କୌଣସି ଟ୍ରେନ ୩ ଘଣ୍ଟା ବିଳମ୍ବରେ ପହଞ୍ଚୁଥାଏ ତେବେ ରେଳ ବିଭାଗର ରିଫଣ୍ଡ ନିୟମ ଅନୁଯାୟୀ ଆପଣ ପଇସା ଫେରି ପାଇବେ । କିନ୍ତୁ ଏଥିପାଇଁ କିଛି ସର୍ତ୍ତାବଳୀ ରହିଛି । ଏଥିପାଇଁ ଯାତ୍ରୀଙ୍କୁ ଟିଡିଆର ବୋଡିଙ୍ଗ ଷ୍ଟେସନରେ ଦରଖାସ୍ତ ଦେବାକୁ ପଡିବ । ତେବେ ଟ୍ରେନ ବିଳମ୍ବ ହେବା ପରେ ମଧ୍ୟ ଯଦି ଯାତ୍ରା କରୁଥାନ୍ତି ତେବେ ଆପଣ ଏଡି ସୁବିଧାର ଲାଭ ଉଠାଇ ପାରିବେ ନାହିଁ । କେବଳ ଟ୍ରେନରେ ଯାଇନଥିବା ଯାତ୍ରୀ ଏହି ସୁବିଧାର ଲାଭ ଉଠାଇ ପାରିବେ ।

ଲାଗିବନି ସଂରକ୍ଷଣ ତାଲିକା : ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏବେ ଟ୍ରେନରେ ସଂରକ୍ଷଣ ତାଲିକା ଲାଗିବ ନାହିଁ । ପ୍ରଥମେ ଅଳ୍ପ କିଛି ଟ୍ରେନରେ ଏହି ନିୟମ ଲାଗୁ କରାଯିବ । ଯେପରିକି ନୂଆଦିଲ୍ଲୀ, ମୁମ୍ବାଇ ସେଣ୍ଟ୍ରାଲ, ଚେନ୍ନାଇ ସେଣ୍ଟ୍ରାଲ, କୋଲକାତା ହାୱଡା ଜଙ୍କସନ ଦେଇ ଯାଉଥିବା ଟ୍ରେନରେ ଏହି ନିୟମ ଲାଗୁ କରାଯିବ । ଯଦି ଆପଣ ଟିକଟ ବିଷୟରେ କୌଣସି ତଥ୍ୟ ନେବାକୁ ଚାହୂଁଥାନ୍ତି ତେବେ ଅନଲାଇନ କିମ୍ବା ଟିଟିଇଙ୍କ ପାଖରୁ ଜାଣି ପାରିବେ । ଏହାଛଡା ପିଏନଆର ନମ୍ବରରେ ମଧ୍ୟ କଲ କରି ନିଜ ସିଟର ସମ୍ପୂର୍ଣ୍ଣ ତଥ୍ୟ ହାସଲ କରି ପାରିବେ । ଏହି ନୂଆ ନିୟମ ଅକ୍ଟୋବର ମାସରୁ ଲାଗୁ କରାଯିବା ନେଇ ନିଷ୍ପତି ହୋଇଛି ।