ଟିକେଟ ପାଇଁ ନୋ ଟେନସନ ! ଏଣିକି କେବଳ କାଉଣ୍ଟରରେ ନୁହେଁ ଏଠାରୁ ମଧ୍ୟ ପାଇପାରିବେ ରେଳ ଟିକେଟ ।

37

କେନ୍ଦ୍ର ସରକାର ଭାରତୀୟ ରେଳବାଇର ଯାତ୍ରାକୁ ସହଜ ଏବଂ ସରଳ କରିବା ପାଇଁ ବିଭିନ୍ନ ପ୍ରକ୍ରିୟା ଆପଣାଉଛନ୍ତି । ରେଳ ଟିକେଟ ବୁକ କରିବା ପାଇଁ ଅଫଲାଇନ ଏବଂ ଅନଲାଇନ ସୁବିଧା ଆରମ୍ଭ କରିବା ପରେ ଭାରତୀୟ ରେଳବାଇ ଏବେ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି । ତେବେ ଖୁବ ଶୀଘ୍ର ରେଲୱେ ଷ୍ଟେସନରେ ଲାଗିଥିବା ଟିକେଟ କାଉଣ୍ଟର ବ୍ୟତୀତ କମନ ସର୍ଭିସ ସେଣ୍ଟର (ସିଏସସି) ଦ୍ୱାରା ମଧ୍ୟ ରେଳ ଟିକେଟ ବୁକ କରାଯାଇପାରିବ । ଏହି ସୁବିଧାର ସବୁଠାରୁ ଅଧିକ ଫାଇଦା ଗାଁରେ ରହୁଥିବା ଲୋକମାନଙ୍କୁ ମିଳିବ ।

ଏହା ଦ୍ୱାରା ନା କେବଳ ଗାଁ ଲୋକମାନଙ୍କୁ ଦୂରରେ ଥିବା ରେଲୱେ ଷ୍ଟେସନ ଯିବାରୁ ମୁକ୍ତି ମିଳିବ ବରଂ ଏଭଳି ନିଷ୍ପତ୍ତି ଗ୍ରାମୀଣ ବ୍ୟବସାୟୀ ମାନଙ୍କର ଆୟ ବଢାଇବାରେ ସହାୟକ ହେବ । ତେବେ ପୂର୍ବରୁ ଗ୍ରାମବାସୀମାନେ ରେଳ ଟିକେଟ କରିବା ପାଇଁ ଦୂରକୁ କିମ୍ବା ସହରକୁ ଯିବା ପାଇଁ ପଡୁଥିଲା । କାରଣ ଗାଁରେ ରେଳ ଟିକେଟ କରିବା ପାଇଁ ବହୁତ ଅଳ୍ପ ବିକଳ୍ପ ରହିଛି । ତେବେ ଏବେ ସମୟରେ ପାଖାପାଖି ୨ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ପାଖରେ କମନ ସର୍ଭିସ ସେଣ୍ଟର ରହିଛି । ବାକି ଥିବା ୫୦,୦୦୦ ଗ୍ରାମ ପଞ୍ଚାୟତ ପାଖରେ ଖୁବ ଶୀଘ୍ର ଏହି କେନ୍ଦ୍ର ଖୋଲାଯିବ ।

ସୂଚନା ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ମଧ୍ୟରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହୋଇସାରିଛି । ସୂଚନା ଅନୁଯାୟୀ, ଖୁବ ଶୀଘ୍ର ଏହି ସମ୍ବନ୍ଧରେ ଆଦେଶ ଜାରି କରାଯିବ । କେନ୍ଦ୍ର ସରକାର ଗାମୀଣ ଭାଗରେ କ୍ରମାଗତ ଭାବେ କମନ ସର୍ଭିସ ସେଣ୍ଟର ଖୋଲିବା ନେଇ ଚିନ୍ତିତ ଅଛନ୍ତି । ଏହି ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ।