ଆଇପିଏଲ ସିଜିନ୍ ୧୦ ପାଇଁ ସୂଚୀ ଘୋଷଣା : ଏପ୍ରିଲ ୫ରୁ ମେ ୨୧ ଯାଏଁ ହେବ ମହାସଂଗ୍ରାମ

31

କନକ ବ୍ୟୁରୋ : ଆଇପିଏଲର ଦଶମ ସଂସ୍କରଣ ପାଇଁ ମ୍ୟାଚ ସୂଚୀ ଘୋଷଣା କରିଛି ବିସିସିଆଇ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବିଜେତା ସନ ରାଇଜର୍ସ ହାଇଦ୍ରାବାଦ ଓ ୨୦୧୬ର ଉପ ବିଜେତା ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ହାଇଦ୍ରାବାଦ ଠାରେ ଏପ୍ରିଲ ୫ ତାରିଖରେ ଖେଳାଯିବ ।

ଆଇପିଏଲ ୧୦ ଦେଶର ୧୦ଟି ସହରରେ ଖେଳାଯିବ । ୪୭ ଦିନ ଧରି ଚାଲିବ ଏହି ମେଗା ଇଭେଂଟ । ପ୍ରତି ଦଳ ୧୪ଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିବେ । ସେଥିମଧ୍ୟରୁ ୭ଟି ମ୍ୟାଚ ଘରୋଇ ପଡିଆରେ ଖେଳିବେ ପ୍ରତି ଦଳ । ମେ ୨୧ରେ ହାଇଦ୍ରାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଆଇପିଏଲ ସିଜିନ୍ ଟେନ୍ ପାଇଁ ଆସନ୍ତା ୨୦ ତାରିଖରେ ଖେଳାଳି ନିଲାମ ହେବ ।