ଭୋକ ଉପାସରେ ସମଝୌତା ଏକ୍ସପ୍ରେସର ଅପେକ୍ଷା କରୁଥିଲେ ପାକିସ୍ତାନୀ ଯାତ୍ରୀ, ଖାଦ୍ୟ ଯୋଗାଇଲେ ପଂଜାବ ପୁଲିସ 

516

ପଂଜାବ ପୁଲିସର ଯବାନମାନେ ସମଝୌତା ଏକ୍ସପ୍ରେସ ରେଳ ସେବାର ଅସ୍ଥାୟୀ ନିଲମ୍ବନ ପରେ ଅମୃତସର ପାଖରେ ଅଟାରୀ ରେଲୱେ ଷ୍ଟେସନ୍ ବାହାରେ ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଲେ । ପାକିସ୍ତାନୀ ଖବର ମୁତାବକ, ସମଝୌତା ଏକ୍ସପ୍ରେସ୍ ରଦ୍ଦ ହେବା କାରଣରୁ ପାକିସ୍ତାନର ଯାତ୍ରୀ ଅମୃତସରରେ ଫସି ରହିଥିଲେ । ପଂଜାବ ପୁଲିସ୍ ତରଫରୁ ଶୁକ୍ରବାର ଦିନ ପାକିସ୍ତାନ ଯିବା ପାଇଁ ସମଝୌତା ଏକ୍ସପ୍ରେସର ଅପେକ୍ଷା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ଖାଇବାକୁ ଦେଲେ ।

ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ପାକିସ୍ତାନ ପ୍ରଶାସନ ଉଭୟ ଦେଶ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସ ସେବାକୁ ରଦ୍ଦ କରିଦିଆଯାଇଛି । ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ଲାହୋରରୁ ଅଟାରୀ ଆସୁଥିବା ଟ୍ରେନକୁ ରଦ୍ଦ କରିଦିଆଗଲା ଓ ତାହା ଏଠାକୁ ପହଂଚିଲା ନାହିଁ । ଯେଉଁ ଯାତ୍ରୀଙ୍କୁ ଭାରତ ଆସିବାର ଥିଲା ତାଙ୍କୁ କୁହାଯାଇଛି କି, ସେମାନେ ନିଜ ଟିକେଟର ରିଫଣ୍ଡ ପାଇପାରିବେ ।

ଟ୍ରେନ୍ ପାକ୍ ତରଫରୁ ଉଭୟ ଦେଶ ମଧ୍ୟରେ ସୋମବାର ଓ ଗୁରୁବାର ଚାଲେ । ଏହା ଲାହୋର ଓ ପଂଜାବର ଅଟାରୀକୁ ଯୋଡେ । ଏହାବ୍ୟତୀତ ସମଝୌତା ଏକ୍ସପ୍ରେସର ଏକ ଲିଙ୍କ ଟ୍ରେନ୍ ଯାତ୍ରୀଙ୍କୁ ଅଟାରୀରୁ ଦିଲ୍ଲୀ ଆଣେ ।