ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି : ମାସକୁ ମିଳିବ ୩୨ ହଜାର ଟଙ୍କା ଦରମା, ତୁରନ୍ତ କରନ୍ତୁ ଆବେଦନ

57

ଇଣ୍ଡିଆନ କର୍ପୋରେସନ ଲିମିଟେଡ ତରଫରୁ ଅଫିସ୍ ଆସିଷ୍ଟାଂଟ ଏବଂ ଇଂଜିନିୟରିଂ ଆସିଷ୍ଟାଂଟ ବିଭାଗରେ ୧୦ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀ ଏଥିପାଇଁ ୨୭ ଅଗଷ୍ଟ ସୁଦ୍ଧା ଆବେଦନ କରିପାରିବେ । ତେବେ ଏନେଇ ସବିବିଶେଷ ବିବରଣୀ ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ଶିକ୍ଷାଗତ ଯୋଗ୍ୟତା: ଇଂଜିନିୟରିଂ ଡିପ୍ଲୋମା, ସ୍ନାତକ ଡିଗ୍ରୀ

ପଦବୀ ସଂପର୍କିତ ସୂଚନା: ଦିବ୍ୟାଙ୍ଗଙ୍କ ପାଇଁ ଜୁନିଅର ଅଫିସ ଆସିଷ୍ଟାଂଟ ଗ୍ରେଡ-IV, ଇଂଜିନିୟରିଂ ଆସିଷ୍ଟାଂଟ-ଟିଏଂଡିଆଇ-ଗ୍ରେଡ- IV

ଆବେଦନ କରିବାର ଶେଷ ଅବଧି: ୨୭ ଅଗଷ୍ଟ ୨୦୧୮

ବୟସ ସୀମା: ଆଶାୟୀପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୬ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ ଏବଂ ଫିଜିକାଲ ଟେଷ୍ଟରେ ଅନୁସାରେ କରାଯିବ ।

ଦରମା: ୧୧,୯୦୦ରୁ ୩୨,୦୦୦ ଟଙ୍କା ପର୍ଯ୍ୟନ୍ତ

କିଭଳି କରିବେ ଆବେଦନ: ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ ଜରିଆରେ ୨୭ ଅଗଷ୍ଟ ୨୦୧୮ ସୁଦ୍ଧା ଆବେଦନ କରିପାରିବେ ।