୭୭ ବର୍ଷୀୟ ବରକୁ ୭୫ ବର୍ଷୀୟା କନ୍ୟା ! ପ୍ରେମ ଆଗରେ ହାର୍ ମାନିଲା ବୟସ

64

ପ୍ରେମ ଆଗରେ ପୁଣି ହାର ମାନିଛି ବୟସ ଆଉ ନଇଁ ଯାଇଛି ଜାତି ଓ ଧର୍ମ । କାରଣ ଜଣେ ୭୭ବର୍ଷୀୟ ପ୍ରବାସୀ ଭାରତୀୟ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ନିଜର ୭୫ବର୍ଷୀୟା ଜର୍ମାନୀ ପ୍ରେମିକାଙ୍କୁୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ତେବେ ସବୁଠାରୁ ମଜାଦାର କଥା ହେଉଛି ଉଭୟଙ୍କ ପରିଚୟ ଫେସବୁକ୍ ଜରିଆରେ ହୋଇଥିଲା । ଘଟଣାଟି ହେଉଛି ବିହାରର ଜମୁଇ ଜିଲ୍ଲାର ।

ସୂଚନା ଅନୁସାରେ, ଶତୃଘ୍ନ ପ୍ରସାଦ ସିଂହ ଚାକିରୀ କରିବା ସହ ନିଜ ସପରିବାର ଜର୍ମାନୀରେ ରହୁଥିଲେ । ୨୦୧୪ରେ ସ୍ତ୍ରୀଙ୍କ ଦେହାନ୍ତ ହେବା ପରେ ଶତୃଘ୍ନ ଭାଙ୍ଗି ପଡିବା ସହ ଏକୁଟିଆ ପ୍ରାୟ ହୋଇ ଯାଇଥିଲେ । ତେବେ କିଛି ଦିନ ପରେ ଫେସବୁକ୍ ମାଧ୍ୟମରେ ତାଙ୍କର ପରିଚୟ ଜର୍ମାନୀର ୭୫ ବର୍ଷୀୟା ଇଡଲଟ୍ରେଡ୍ ହବିବଙ୍କ ସହ ହୋଇଥିଲା । ହବିବଙ୍କ ସ୍ୱାମୀଙ୍କର ମଧ୍ୟ ୫ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା ।

ତେବେ ଫେସବୁକରୁ ଆରମ୍ଭ ହୋଇଥିବା ଏହି ପରିଚୟ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ଆଉ ଉଭୟ ନିଜ ପରିବାରର ସହମତି କ୍ରମେ ବିବାହ ପାଇଁ ନିଷ୍ପତି ନେବା ସହ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ କରିଥିଲେ । ଶତୃଘ୍ନଙ୍କ କହିବା ଅନୁଯାୟୀ, ହିନ୍ଦୁ ରୀତିରେ ବିବାହ କରିବା ପାଇଁ ହବିବ୍ ଚାହିଁଥିଲେ ।