ଏବେ ଚୀନ ଏବଂ ପାକିସ୍ତାନକୁ ଟକ୍କର ଦେବ ଭାରତୀୟ ନୌସେନା ! ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ସବମେରିନ୍ ରକେଟ ।

37

ଭାରତୀୟ ନୌସେନାକୁ ଖୁବ୍ଶୀଘ୍ର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଶକ୍ତଶାଳୀ ଯୁଦ୍ଧାସ୍ତ୍ର ମିଳିବ। ଏହି ନୂତନ ଯୁଦ୍ଧାସ୍ତ୍ରର ନାମ ଆଣ୍ଟି ସବମେରିନ୍ ରକେଟ। ଏହି ନୂତନ ଯୁଦ୍ଧାସ୍ତ୍ର, ଆଣ୍ଟି ସବମେରିନ୍ ରକେଟ ୮.୫ କିଲୋମିଟର ଦୂରତା ପର୍ୟ୍ୟନ୍ତ ଗତିକରି ଶତ୍ରୁପକ୍ଷର ସବମେରିନ୍ (ବୁଡ଼ାଜାହାଜ)କୁ ଧ୍ୱଂସ କରିବାର କ୍ଷମତା ରଖିଛି। ଏହି ନୂତନ ଯୁଦ୍ଧାସ୍ତ୍ରକୁ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ (ଏଆରଡିଇ) ଏବଂ ହାଇ ଏନର୍ଜି ମାଟରିଆଲସ୍ ରିସର୍ଚ୍ଚ ଲାବୋରେଟୋରି (ଏଚ୍ଇଏମ୍ଆରଏଲ୍) ମିଳିତ ଭାବେ ନିର୍ମାଣ କରିଛନ୍ତି।

ନୂତନ ଯୁଦ୍ଧାସ୍ତ୍ର, ଆଣ୍ଟି ସବମେରିନ୍ ରକେଟ ସଂପର୍କରେ ସୂଚନା ପ୍ରଦାନ କରି ଏଆରଡିଇର ନିର୍ଦ୍ଦେଶକ କେଏମ୍ ରାଜନ୍ କହିଛନ୍ତି ଯେ ଏହା ଅତ୍ୟନ୍ତ ସଫଳତାର ସହ ଶତ୍ରୁପକ୍ଷର ସବ୍ମେରିନ୍କୁ ଲକ୍ଷ୍ୟଭେଦ କରି ଧ୍ୱଂସ କରିବାର କ୍ଷମତା ରଖୁଛି। ଏହି ନୂତନ ଯୁଦ୍ଧାସ୍ତ୍ର, ଆଣ୍ଟି ସବମେରିନ୍ ରକେଟର ମଧ୍ୟ ଏକାଧିକ ସଫଳ ପରୀକ୍ଷଣ ଇତିମଧ୍ୟରେ ସଂପନ୍ନ ହୋଇସାରିଛି। ଏବେ ଖୁବ୍ ଶୀଘ୍ର ଆମେ ଏହାକୁ ଭାରତୀୟ ନୌସେନା ହାତରେ ଅର୍ପଣ କରିବୁ। ଏବଂ ଭାରତୀୟ ନୌସେନା ପାଇଁ ଏହା ଏକ ଅମଘୋ ଅସ୍ତ୍ର ହେବ ବୋଲି ସୂଚନା ଦେଇଛନ୍ତି ରାଜନ୍।

ଏବେ ଚୀନ୍ ନୌସେନା ନିଜକୁ ଶକ୍ତିଶାଳୀ କରିବା ସହ ପାକିସ୍ତାନୀ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛି। ଏହି ପରିପ୍ରେକ୍ଷୀରେ ଚୀନ୍ ଓ ପାକିସ୍ତାନ ନୌସେନାକୁ ଟକ୍କର ଦେବା ଲକ୍ଷ୍ୟରେ ଭାରତୀୟ ନୌସେନାକୁ ଆହୁରି ଶକ୍ତଶାଳୀ କରିବା ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଛି ।