ଭାରତୀୟ ନୌସେନା ପକ୍ଷରୁ ନୋଟିଫିକେସନ୍ ଜାରି ! ଖାଲି ରହିଛି ଅନେକ ପଦବୀ, ଅଧିକ ଜାଣିବା ପାଇଁ ରିପୋର୍ଟ ଉପରେ ନଜର ପକାନ୍ତୁ ।

71

ଭାରତୀୟ ନୌସେନା ପକ୍ଷରୁ ଏକ ନୋଟିଫିକେସନ୍ ଜାରି କରାଯାଇଛି । ଏହି ନୋଟିଫିକେସନ୍ ଅନୁସାରେ ସେନା ଫାୟାରମ୍ୟାନ୍ ପଦ ପାଇଁ ଭ୍ୟାକେନ୍ସି ବାହାର କରିବାକୁ ଯାଉଛି । ନୌସେନା ଏବେ ଟେଲିଫୋନ୍ ଅପରେଟର୍ ଏବଂ ଅଗ୍ନିଶମ ଡ୍ରାଇଭର ପଦବୀ ପରେ ଏହି ପଦବୀ ବାହାର କରିଛି । ଏହି ଚୟନ ପ୍ରକ୍ରିୟାରେ ୯୫ ଜଣ ପ୍ରତିଯୋଗୀଙ୍କୁ ନୌସେନା ପକ୍ଷରୁ ଚୟନ କରାଯିବ । ଆପଣ ଯଦି ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବା ପାଇଁ ଚାହୁଁନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।ପଦବୀ ଉପରେ ବିବରଣୀ : ଏହି ଚୟନ ପ୍ରକ୍ରିୟାରେ ନୌସେନା ପକ୍ଷରୁ ୯୫ ଟି ପଦ ଚୟନ କରାଯିବ । ଅନ୍ୟପକ୍ଷରେ ଏହି ଚୟନ ପ୍ରକ୍ରିୟାରେ ଭାଗ ନେଉଥିବା ୧୯୯୦୦ ଟଙ୍କାରୁ ନେଇ ୬୩୨୦୦ ଟଙ୍କା ପର୍ଯ୍ୟନ୍ତ ପେ-ସ୍କେଲ୍ ଦିଆଯିବ । ଏହି ପଦବୀ ପାଇଁ ଜେନେରାଲ୍ ବର୍ଗରୁ ୪୮, ଓବିସି ବର୍ଗ ପାଇଁ ୨୬, ଏସସି ବର୍ଗ ପାଇଁ ୧୪ ଏବଂ ଏସଟି ବର୍ଗ ପାଇଁ ୭ଟି ପଦ ଧାର୍ଯ୍ୟ କରାଯାଇଛି ।

ଯୋଗ୍ୟତା : ଏହି ପଦବୀରେ ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିବା ସହ ଶାରିରୀକ ଫିଟନେସ୍ ବଜାୟ ରଖିବାକୁ ପଡିବ ।

ବୟସ ସୀମା : ନୌସେନାର ଏହି ପଦବୀରେ ଭର୍ତ୍ତି ହେବା ପାଇଁ ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ଭିତରେ ହେବା ଉଚିତ୍ । ଆବେଦନ କରିବା ପାଇଁ କୌଣସି ଫିସ୍ ଦେବାକୁ ପଡିବ ନାହିଁ ।

ଶେଷ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ୧୯ ମଇ ୨୦୧୮  ।

ଏହି ପଦରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ୧୯ ମଇ ପୂର୍ବରୁ register.bhartiseva.com/fireman ୱେବସାଇଟରେ ଯାଇ ଆବେଦନ କରିବାକୁ ପଡିବ । ଆବେଦନକାରୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଶାରିରୀକ ପରୀକ୍ଷା ଦ୍ୱାରା କରାଯିବ ।