ନୌସେନାରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ! ୩୪୦୦ ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ ।

596

ଭାରତୀୟ ନୌସେନା ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ ସେଲର (ଏଏ, ଏସଏସଆର କିମ୍ବା ଏମଆର ) ପଦ ପାଇଁ ଆବେଦନ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଛି । ଏହି ଆବେଦନ ପାଇଁ ନୌସେନାର ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଯେଉଁଥିରେ ପଦ ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ରହିଛି । ଯଦି ଆପଣ ଏଥିରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ଏବଂ ଏଥିପାଇଁ ଆପଣ ଯୋଗ୍ୟ ଅଟନ୍ତି, ତେବେ ଆବେଦନ କରିବାର ଅନ୍ତିମ ତାରିଖ ପୂର୍ବରୁ ଆପଣ ଆବେଦନ କରିପାରିବେ । ତେବେ ଜାଣନ୍ତୁ ଏହି ପଦ ପାଇଁ କଣ ରହିଛି ଜରୁରୀ ସୂଚନା ।

ନୌସେନା ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଇଚ୍ଛୁକ ଆଶାୟୀ, ୨୦୧୮ ଡିସେମ୍ବର ମାସ ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.inରେ ଲଗ୍ ଇନ୍ କରିବାକୁ ହେବ । ଏଥିରେ ହିଁ ସେମାନେ ଆବେଦନ କରିପାରିବେ ।

ପଦର ବିବରଣୀ – ଏହି ପଦରେ ଏସଏସଆଇର ୨୫୦୦, ଏଏର ୫୦୦ଏବଂ ଏମଆରର ୪୦୦ ପଦ ପାଇଁ ଆଶାୟୀ ମାନଙ୍କର ଚୟନ କରାଯିବ । ଏହି ପ୍ରକ୍ରିୟାରେ ମୋଟ୍ ୩୪୦୦ ପଦରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ସେହିଭଳି ଏମଆର ପଦ ପାଇଁ ଆଶାୟୀ ମାନେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।