ଭାରତୀୟ ନୌସେନାରେ ସାମିଲ ହେଲା ସ୍କୋର୍ପିଅନ ବୁଡାଜାହାଜ ଆଇଏନଏସ ଖଣ୍ଡେରି

30

କନକ ବ୍ୟୁରୋ : ଭାରତୀୟ ନୌସେନାରେ ସାମିଲ ହେଲା ଦ୍ୱିତୀୟ ସ୍କୋର୍ପିଅନ ଶ୍ରେଣୀୟ ବୁଡାଜାହାଜ ଆଇଏନଏସ ଖଣ୍ଡେରୀ । ଚଳିତ ବର୍ଷ ଡିସେମ୍ବରରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନୌସେନାରେ ସାମିଲ କରିବା ପୂର୍ବରୁ ଏହାର ଅଧିକ ପରୀକ୍ଷଣ କରାଯିବ । ମୁମ୍ବାଇ ମଝଗାଓଁ ଡକୟାର୍ଡରେ ଏହାର ଉଦଘାଟନ କରାଯାଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଆଇଏନଏସ ଖଣ୍ଡେରୀ । ପ୍ରିସେସନ ଗାଇଡେଡ ମିଜାଇଲ ଜରିଆରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି ଖଣ୍ଡେରୀ ।

ଏହାସହ ଶତ୍ରୁ ପକ୍ଷର ନଜର ଆଢୁଆଳରେ ରହିବା ପାଇଁ ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ମିଜାଇଲ ଜରିଆରେ ଆକ୍ରମଣ କରିବା ପାଇଁ ଏଥିରେ ପାରମ୍ପରିକ ଟର୍ପିଡୋ ସହ ଟ୍ୟୁବ ଲଂଚ ଏଂଟି ସିପ୍ ମିଜାଇଲ ଖଂଜାଯାଇଛି । ଏହା ଜରିଆରେ ପାଣି ଭିତରୁ ଏବଂ ଉପରୁ ମିଜାଇଲ ଦ୍ୱାରା ଆକ୍ରମଣ କରାଯାଇପାରିବ । ଯେ କୌଣସି ପାଣିପାଗରେ ଖାପ ଖୁଆଇ ଏହି ବୁଡାଯାହାଜ କାର୍ଯ୍ୟ ନିର୍ବାହ କରିପାରିବ ।