ଜଳପଥରେ ଚୀନର ଚାଲକୁ ମାତ ଦେବାପାଇଁ ନୌସେନାରେ ସାମିଲ ହେବ ଆଇଏନଏସ୍ କଲବେରୀ !

83

କନକ ବ୍ୟୁରୋ : ଜଳପଥରେ ଚୀନ ବାରମ୍ବାର ନିଜର ଆଧିପତ୍ୟ ଜାହିର କରୁଛି । ତେଣୁ ସମୁଦ୍ରରେ ଚୀନର ଚାଲକୁ ମାତ ଦେବପାଇଁ ଭାରତ ନୌସେନାରେ ସାମିଲ କରୁଛି ଆଇଏନଏସ କଲବେରୀ । ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବ ଅତ୍ୟାଧୁନିକ କୌଶଳ ତଥା ସ୍କୋର୍ପିୟନ ଶ୍ରେଣୀୟ ବୁଡ଼ା ଜାହାଜ କଲବେରୀ । ସେପ୍ଟେମ୍ବର ଶେଷ ଭାଗରେ ଭାରତୀୟ ନୌସେନାକୁ ମିଳିବ ଏହି ଉନ୍ନତ ବୁଡ଼ାଜାହାଜ । ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ ସବୁବେଳେ ନିଜ ଉପସ୍ଥିତି ଜାହିର କରୁଥିବାବେଳେ କଲବେରୀ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିବ ଭାରତ ।

ଚଳିତ ମାସ କଲବେରୀ ଭାରତୀୟ ନୌସେନାରେ ସାମିଲ ହେବା ପରେ ଆସନ୍ତାବର୍ଷ ଆଇଏନଏସ ଖଣ୍ଡେରୀ ମିଳିବ ନୌସେନାକୁ । ୨୦୦୫ ମସିହାରୁ ଭାରତ ଓ ଫ୍ରାନ୍ସର ମିଳିତ ଉଦ୍ୟମରେ ପ୍ରାୟ ୬ଟି ସବମେରାଇନର ପ୍ରସ୍ତୁତି ଚାଲିଛି । ୨୦୧୨ ସୁଦ୍ଧା ଭାରତକୁ ସ୍କୋର୍ପିୟନ ଶ୍ରେଣୀର ପ୍ରଥମ ବୁଡ଼ାଜାହାଜ ମିଳିବା ପାଇଁ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଏଥିରେ ବିଳମ୍ବ ଦେଖାଦେଇଛି । ଅନ୍ୟପଟେ ୨୦୩୦ ସୁଦ୍ଧା ୨୪ ଟି ଅତ୍ୟାଧୁନିକ ବୁଡ଼ାଜାହାଜ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ନୌସେନା ।