ସ୍ୱତନ୍ତ୍ର ଭାରତର ରାଷ୍ଟ୍ରୀୟ ଧ୍ୱଜା : ଜାଣନ୍ତୁ ଜାତୀୟ ପତାକା କେତୋଟି ଚରଣ ଦେଇ ବର୍ତ୍ତମାନ ରୂପରେ ପହଂଚିଛି ।

476

ଭାରତର ରାଷ୍ଟ୍ରୀୟ ଧ୍ୱଜା ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ତିଆରି ହୋଇଥିଲା । ବର୍ଷ ୧୮୫୭ରେ ସ୍ୱାଧୀନତା ପୂର୍ବରୁ ସଂଗ୍ରାମ ସମୟରେ ଭାରତର ରାଷ୍ଟ୍ରୀୟ ଧ୍ୱଜର ନିର୍ମାଣ କରିବାର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଆନ୍ଦୋଳନ ଅସମୟରେ ହିଁ ସମାପ୍ତ ହୋଇଯାଇଥିଲା ଓ ତା’ ସହିତ ସେହି ଯୋଜନା ମଧ୍ୟ ମଝିରେ ଅଟକିଯାଇଥିଲା । ଭାରତର ରାଷ୍ଟ୍ରୀୟ ଧ୍ୱଜ ଆଜି ଯେଉଁ ରୂପରେ ଅଛି, ବର୍ତ୍ତମାନର ରୂପକୁ ପହଂଚିବା ପାଇଁ ଅନେକ ଚରଣ ଦେଇ ଆସିଛି । ରାଷ୍ଟ୍ରୀୟ ଧ୍ୱଜାର କିଛି ଐତିହାସିକ ଅବସ୍ଥା ଏହି ପ୍ରକାରର :-

ପ୍ରଥମ ଚିତ୍ରିତ ଧ୍ୱଜ ୧୯୦୪ରେ ସ୍ୱାମୀ ବିବେକାନନ୍ଦଙ୍କ ଶିଷ୍ୟ ଭଗିନୀ ନିବେଦିତା ଦ୍ୱାରା ପ୍ରସ୍ତୁତ ହୋଇଥିଲା । ୭ ଅଗଷ୍ଟ, ୧୯୦୬ରେ ପାରସୀ ବାଗାନ ଛକ(ଗ୍ରୀନ ପାର୍କ) କଲିକତା(କୋଲକାତା)ରେ ଏହାକୁ କଂଗ୍ରେସ ଅଧିବେଶନରେ ଉତ୍ତୋଳନ କରାଯାଇଥିଲା । ଏହି ଧ୍ୱଜାକୁ ନାଲି, ହଳଦିଆ ଓ ସବୁଜ ରଙ୍ଗର ସମସ୍ତରୀୟ ପଟ୍ଟି ରେ ତିଆରି କରାଯାଇଥିଲା । ଉପର ସ୍ତରରେ ସବୁଜ ପଟ୍ଟିରେ ୮ଟି ପଦ୍ମ ଥିଲା ଓ ନିମ୍ନ ସ୍ତରରେ ନାଲି ପଟ୍ଟିରେ ସୂର୍ଯ୍ୟ ଓ ଚନ୍ଦ୍ର ଅଙ୍କିତ କରାଯାଇଥିଲା । ମଧ୍ୟଭାଗର ହଳଦିଆ ପଟ୍ଟିରେ ବନ୍ଦେ ମାତରମ୍ ଲେଖାଯାଇଥିଲା ।

ଦ୍ୱିତୀୟ ଧ୍ୱଜାକୁ ପ୍ୟାରିସରେ ମେଡମ କାମା ଓ ତାଙ୍କ ସହ ନିର୍ବାସିତ କରାଯାଇଥିବା କିଛି କ୍ରାନ୍ତିକାରୀଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିଲା । ଏହି ଧ୍ୱଜା ପ୍ରଥମ ଧ୍ୱଜା ଭଳି ହିଁ ଥିଲା । କେବଳ ଏହି ଧ୍ୱଜାର ସବୁଠାରୁ ଉପରେ ଥିବା ପଟ୍ଟିରେ କେବଳ ଏକ ପଦ୍ମ ଥିଲା । କିନ୍ତୁ ୭ଟି ତାରା ସପ୍ତଋଷିଙ୍କୁ ଦର୍ଶାଉଥିଲା । ଏହି ଧ୍ୱଜା ବର୍ଲିନର ସମାଜବାଦୀ ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିଲା ।

୧୯୧୭ରେ ଭାରତୀୟ ରାଜନୈତିକ ସଂଘର୍ଷ ଏକ ନିଶ୍ଚିତ ଦିଗ ନେଲା ଡା. ଆନିବେଶାନ୍ତ ଓ ଲୋକମାନ୍ୟ ତିଳକ ଘରୋଇ ଶାସନ ଆନ୍ଦୋଳନ ସମୟରେ ତୃତୀୟ ଧ୍ୱଜା ଉତ୍ତୋଳନ କରିଥିଲେ । ଏହିଳ ଧ୍ୱଜାରେ ୫ଟି ନାଲି ଓ ୪ଟି ସବୁଜ ସମସ୍ତରୀୟ ପଟ୍ଟି ଗୋଟିଏ ପରେ ଗୋଟିଏ ଏବଂ ସପ୍ତଋଷିର ଅଭିବିନ୍ୟାସରେ ଏହା ଉପରେ ୭ଟି ତାରା ବନିଥିଲା । ଉପର ତଟରେ ବାମ ପଟେ ୟୁନିୟନ ଜ୍ୟାକ ଥିଲା ଓ ଗୋଟିଏ କୋଣରେ ଧଳା ଅର୍ଦ୍ଧଚନ୍ଦ୍ର ଓ ତାରା ମଧ୍ୟ ଥିଲା ।

ଚତୁର୍ଥ ଧ୍ୱଜା ଆନ୍ଧ୍ରପ୍ରଦେଶର ଜଣେ ଯୁବକ ପିଙ୍ଗାଲି ଭେଙ୍କେୟା ତିଆରି କରିଥିଲେ ଓ ଗାନ୍ଧୀଙ୍କୁ ଦେଇଥିଲେ । ଏହା ଦୁଇଟି ରଙ୍ଗରେ ତିଆରି ହୋଇଥିଲା । ନାଲି ଓ ସବୁଜ ରଙ୍ଗ ଯାହା ଦୁଇଟି ପ୍ରମୁଖ ସମୁଦାୟ ଅର୍ଥାତ୍ ହିନ୍ଦୁ ଓ ମୁସଲିମଙ୍କ ପ୍ରତିନିଧିତ୍ୱ କରେ । ଗାନ୍ଧୀଜି ପରାମର୍ଶ ଦେଲେ କି ଭାରତର ଶେଷ ସମୁଦାୟର ପ୍ରତିନିଧିତ୍ୱ କରିବା ପାଇଁ ଏଥିରେ ଏକ ଧଳା ପଟ୍ଟି ଓ ରାଷ୍ଟ୍ରର ପ୍ରଗତିର ସଂକେତ ଦେବା ପାଇଁ ଏକ ଚାଲୁଥିବା ଚରଖା ହେବା ଉଚିତ୍ ।

ବର୍ଷ ୧୯୩୧ ତ୍ରିରଙ୍ଗା ଇତିହାସର ଏକ ସ୍ମରଣୀୟ ବର୍ଷ । ତ୍ରିରଙ୍ଗା ଧ୍ୱଜାକୁ ଭାରତର ରାଷ୍ଟ୍ରୀୟ ଧ୍ୱଜା ରୂପରେ ଆପଣେଇବା ପାଇଁ ଏକ ପ୍ରସ୍ତାବ ପାରିତ କରାଗଲା ଓ ଏହାକୁ ରାଷ୍ଟ୍ରୀୟ ଧ୍ୱଜାର ମାନ୍ୟତା ମିଳିଲା । ଏହି ଧ୍ୱଜା ବର୍ତ୍ତମାନ ଧ୍ୱଜାର ସ୍ୱରୂପ ଥିଲା, ଯାହା କେଶରିୟା, ଧଳା ଓ ମଧ୍ୟ ଭାଗରେ ଗାନ୍ଧୀଜିଙ୍କ ଚରଖା ସହିତ ଥିଲା । ଏହା ମଧ୍ୟ ସ୍ପଷ୍ଟ ରୂପରେ ଦର୍ଶାଯାଇଥିଲା ଯେ, ଏହାର କୈାଣସି ସାମ୍ପ୍ରଦାୟିକ ମହତ୍ୱ ନଥିଲା ।

୨୨ ଜୁଲାଇ ୧୯୪୭ର ସମ୍ବିଧାନ ସଭାରେ ବର୍ତ୍ତମାନ ଧ୍ୱଜାକୁ ଭାରତୀୟ ରାଷ୍ଟ୍ରୀୟ ଧ୍ୱଜା ଭାବେ ଆପଣାଗଲା । ସ୍ୱତନ୍ତ୍ରତା ମିଳିବା ପରେ ଏହାର ରଙ୍ଗ ଓ ତାହାର ମହତ୍ୱ ବନିରହିଲା । କେବଳ ଧ୍ୱଜାରେ ଚାଲୁଥିବା ଚରଖା ସ୍ଥାନରେ ସମ୍ରାଟ ଅଶୋକଙ୍କ ଧର୍ମ ଚକ୍ରକୁ ସ୍ଥାନିତ କରାଗଲା । ଏହି ପ୍ରକାରରେ କଂଗ୍ରେସ ଦଳର ତ୍ରିରଙ୍ଗା ଧ୍ୱଜା ଅନ୍ତତଃ ସ୍ୱତନ୍ତ୍ର ଭାରତର ତ୍ରିରଙ୍ଗା ଧ୍ୱଜା ବନିଲା ।