ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛି ଭାରତ ! ପୁରୁଷ ହକିରେ ମାଲେସିଆକୁ ମାତ ଦେଇ ସେମିଫାଇନାଲରେ ଭାରତ

34

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ହକି ସେମଫାଇନାଲରେ ପ୍ରବେଶ କରିଛି ଭାରତ । ମାଲେସିଆକୁ ୨-୧ ଗୋଲରେ ହରାଇ ଭାରତ ସେମିରେ ପହଂଚିଛି । ଭାରତ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୱେଲସକୁ ହରାଇଥିଲା । ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନରେ ଭାରତକୁ ଆଉ ଦୁଇଟି ପଦକ ମିଳିବା ଆଶା କରାଯାଉଛି । ସୁଟିଂରେ ଏହି ପଦକ ମିଳିବା ଆଶା ରହିଛି ।

ଯଦି ପଦକ ତାଲିକା ଉପରେ ନଜର ପକାଇବର ତେବେ ଅଷ୍ଟ୍ରେଲିଆ ୩୯ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୪ଟି ବ୍ରୋଞ୍ଜ ପଦକ ସହ ମୋଟ ୧୦୬ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ୨୨ଟି ସ୍ୱର୍ଣ୍ଣ, ୨୫ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ ଏଭଳି ମୋଟ ୬୪ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୧୦ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ଏଭଳି ମୋଟ ୧୯ ଟି ପଦକ ପାଇଁ ତୃତୀୟ ସ୍ଥାନରେ ରହିଛି । ଚତୁର୍ଥ ସ୍ଥାନରେ ଅଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ମୋଟ ୨୩ଟି ପଦକ ମିଳିଛି । ଏଥି ମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ।