ପାକିସ୍ତାନରେ ବିବାହର କଷ୍ଟ ସହି ସାରିଥିବା ଉଜମା ଫେରିଲେ ଭାରତ ! ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଲେ, ଦେଶର ଝିଅକୁ ସ୍ୱାଗତ

37

ସ୍ୱଦେଶ ଫେରିଲେ ଭାରତୀୟ ମହିଳା ଉଜମା । ୱାଘା ସୀମା ଦେଇ ଭାରତରେ ପହଂଚିଛନ୍ତି ଉଜମା । ୱାଘା ବର୍ଡର ପର୍ଯ୍ୟନ୍ତ ଉଜମାଙ୍କୁ ସୁରକ୍ଷିତ ଭାବେ ପହଁଚାଇବା ପାଇଁ ପାକିସ୍ତାନ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଇସଲାମାବାଦ ହାଇକୋର୍ଟ । କିଛି ଦିନ ପୂର୍ବରୁ ଉଜମା ନିଜ ସର୍ମ୍ପକୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ତାହିର ଅଲ୍ଲୀ ନାମକ ବ୍ୟକ୍ତି ବନ୍ଧୁକ ମୁନରେ ଧମକ ଦେଇ ଉଜମାଙ୍କ ସହ ଜୋର ଜବରଦସ୍ତ ନିକାହ କରିଥିଲେ ।

ଏନେଇ ଉଜମା ତାହିରଙ୍କ ନାଁରେ ମାମଲା ରୁଜୁ କରିବା ସହ ଭାରତ ଫେରିବା ପାଇଁ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟରେ ବିଚାର ପ୍ରକ୍ରିୟା ଶେଷ ହେବା ପରେ ଉଜମା ଭାରତ ଫେରିବା ପାଇଁ ଅନୁମତି ମିଳିଥିଲା । ଆଉ ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ପାକିସ୍ତାନ ହାଇକମିଶନ ଆଶ୍ୱାସନା ଦେଇଥିଲେ । ତେବେ ଭାରତ ଫେରିବା ପରେ ଉଜମାଙ୍କୁ ସ୍ୱାଗତ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।