ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ପାକିସ୍ତାନୀ ବିଜ୍ଞାପନର ଭିନ୍ନ ଢଙ୍ଗରେ ଜବାବ୍ ଦେଲା ଭାରତୀୟ ସୋସିଆଲ୍ ମିଡିଆ ! ହାତରୁ ଛଡାଇ ନେଇଥିବା ଅଇଁଠା କପକୁ ସଫା କରି ଭାରତକୁ ଦେଲା ପାକିସ୍ତାନ

835

ପାକିସ୍ତାନ ଦ୍ୱାରା ଭାରତୀୟ ଏୟାରଫୋର୍ସ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିଚ୍ଚ ତଥା ଲଜ୍ଜାଜନକ ବିଜ୍ଞାପନ ଉପରେ ଭାରତୀୟ ସୋସିଆଲ୍ ମିଡିଆ ପାକିସ୍ତାନକୁ ଉଚିିତ୍ ଜବାବ୍ ଦେଇଛି । ପୂର୍ବରୁ ଭାରତ ଏକ ବିଜ୍ଞାପନ କରି ଏହାର ଜବାବ୍ ଦେଇଥିବା ବେଳେ ଏବେ ସୋସିଆଲ୍ ମିଡିଆ ମଧ୍ୟ ପାକ୍ ଭିଡିଓକୁ ଏଡିଟ୍ କରି ଅଧୁରା ଭିଡିଓଟିକୁ ସମ୍ପୁର୍ଣ୍ଣ କରିଛି । ଡା. ଗିଲ୍ ୨.୦ ନାମକ ଏକ ଟ୍ୱିଟର ୟୁଜର୍ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତିି । ଯାହା ପାକିସ୍ତାନ ମୁହଁରେ ଶକ୍ତ ଚାପୁଡା ଦେଲା ଭଳି ହୋଇଛି ।

ପ୍ରଥମ ପର୍ଯ୍ୟାୟର ଭିଡିଓ ପାକିସ୍ତାନ ବିଜ୍ଞାପନ ସମାନ ରହିଛି । କିନ୍ତୁ ଅନ୍ତରେ କ୍ୟାମେରାର ପଛରେ ଥିବା ବ୍ୟକ୍ତି ଯେତେବେଳେ କପ୍ ଟିକୁ ନେଉଛନ୍ତି । ଏବଂ କପ୍ ନେଲା ପରେ ଦେଖାଯାଉଛି ଯେ କପ୍ କୁ ଧୋଇ ସଫା କରି ପୁନର୍ବାର ଉକ୍ତ ବ୍ୟକ୍ତିଙ୍କ ହାତରେ କପ୍ ଦିଆଯାଇ କୁହାଯାଉଛି , ଏ ନିଅନ୍ତୁ ଭାଇଜାନ୍ , କପ୍ ସଫା କରି ଆପଣଙ୍କୁ ଦେଉଥିଲୁ । କପ୍ ତ ଆପଣଙ୍କର ହିଁ କହି ଉକ୍ତ ବ୍ୟକ୍ତିଙ୍କୁ କପ୍ ଦିଆଯାଉଛି । ତେବେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଦେଖନ୍ତୁ ଭିଡିଓ ।