କେଉଁଠି ଅଛନ୍ତିି ‘ଇଣ୍ଡିଆନ୍ ଆଇଡଲ୍’ର ବିଜେତା ! ଜାଣନ୍ତୁ କିଏ ଚଢିଲେ ସଫଳତାର ସିଡି ଆଉ କିଏ ହୋଇଗଲେ ଅତୀତ

63

ରିୟଲିଟି ସୋ’ . . .କାହାକୁ ସଫଳତାର ଶୀର୍ଷରେ ପହଂଚାଇ ଦେଇଥାଏ ତ ଆଉ କେହି ସମୟ ସହ ହୋଇଯାଏ ଅତୀତ । ସେମିତି ଏକ ଲୋକପ୍ରିୟ ରିୟଲିଟି ସୋ’ ହେଉଛି ‘ଇଣ୍ଡିଆନ୍ ଆଇଡଲ୍’ । ‘ଇଣ୍ଡିଆନ୍ ଆଇଡଲ୍’ ଆରମ୍ଭ ହେବା ସହ ଆରମ୍ଭ ହୋଇଥିଲା ରିୟଲିଟି ସୋ’ର ଏକ ନୂଆ ଦୂନିଆ । ଆଉ ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ ରାତାରାତି ପାଲଟିଯାଇଥିଲେ ସେଲିବ୍ରିଟି । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର କିଛି ଜଣ ଚଢିଛନ୍ତି ସଫଳତାର ସିଡି ଆଉ କେତେ ଜଣ ରହିଯାଇଛନ୍ତି କେବଳ ରିୟଲିଟି ସୋ’ର ବିଜେତା ହୋଇ  । ଏବେ ଜାଣନ୍ତୁ କଣ କରୁଛନ୍ତି ‘ଇଣ୍ଡିଆନ୍ ଆଇଡଲ୍’ ର ପ୍ରତ୍ୟେକ ସିଜିନର ବିଜେତା ମାନେ ।

ଅଭିଜିତ୍ ସାୱନ୍ତ : ଇଣ୍ଡିଆନ୍ ଆଇଡଲର ପ୍ରଥମ ସିଜିନର ବିଜେତା ହେଉଛନ୍ତି ଅଭିଜିତ୍ ସାୱନ୍ତ୍ । ସୋ’ ଜିତିବା ପରେ ସେ ୧କୋଟି ନଗଦ ରାଶି ସହ ଏକ ହଣ୍ଡା ସିଟି କାର୍ ପାଇଥିଲେ । ଏହା ସହ ଏକ ମ୍ୟୁଜିକ୍ ଆଲବମର କଂଟ୍ରାକ୍ଟ ସାଇନ୍ କରିଥିଲେ ଯାହାର ନାଁ ଥିଲା ‘ଆପକା ଅଭିଜିତ୍ ସାୱନ୍ତ’ । ଅଭିଜିତ୍ ଏସିଅନ୍ ଆଇଡଲରେ ମଧ୍ୟ ଭାଗ ନେଇଥିଲେ । ଏଥିରେ ସେ ଭାରତର ପ୍ରତିନିଧିତ୍ୱ କରିବା ସହ ତୃତୀୟ ସ୍ଥାନ ପାଇଥିଲେ । ତେବେ ନିଜ କଣ୍ଠର ଯାଦୁରେ ଇଣ୍ଡିଆନ୍ ଆଇଡଲ୍ ଜିତିଥିବା ଅଭିଜିତ୍ କିନ୍ତୁ ପରେ ସେତେ କମାଲ୍ ଦେଖାଇ ପାରିନଥିଲେ ।

ସନ୍ଦୀପ୍ ଆଚାର୍ଯ୍ୟ : ଇଣ୍ଡିଆନ୍ ଆଇଡଲ୍ -୨ ର ବିଜେତା ଥିଲେ ସନ୍ଦୀପ୍ ଆଚାର୍ଯ୍ୟ । ଇଣ୍ଡିଆନ୍ ଆଇଡଲ୍ ଜିତିବା ପରେ ସନ୍ଦୀପ ଜିଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସୋ’ରେ ଭାଗ ନେଇଥିଲେ । ତେବେ ସନ୍ଦୀପଙ୍କ କ୍ୟାରିୟର୍ ଏବଂ ଜୀବନ ଯାତ୍ରା ଉଭୟ ତାଙ୍କ ମୃତ୍ୟୁରେ ଶେଷ ହୋଇଥିଲା । ଅସୁସ୍ଥତା ଯୋଗୁଁ ସେ ୨୦୧୩ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ ।

ପ୍ରଶାନ୍ତ ତମାଙ୍ଗ : ଇଣ୍ଡିଆନ୍ ଆଇଡଲ ସିଜିନ୍ – ୩ର ବିଜେତା ପ୍ରଶାନ୍ତ ସୋ’ ସହ ଜିତିଥିଲେ ୧କୋଟି ଟଙ୍କା ଏବଂ ମାରୁତି ସୁଜୁକି । ଏହା ସହ ଏକ ମ୍ୟୁଜିକ୍ ଆଲବମର କଂଟ୍ରାକ୍ଟ ମଧ୍ୟ ପାଇଥିଲେ । ସୋ’ ଜିତିବା ପରେ ସେ ନେପାଳୀ ସିନେମାରେ କଣ୍ଠ ଦାନ କରିବା ସହ ଅଭିନୟ ମଧ୍ୟ କରିଥିଲେ । ପ୍ରାୟ ୩ଟି ସିନେମାରେ ପ୍ରଶାନ୍ତ ଅଭିନୟ କରିଛନ୍ତି । ପ୍ରଶାନ୍ତ ଆଜି ବି ଉତ୍ତର – ପୂର୍ବ ଭାରତୀୟ ସିନେମାରେ ନିଜ ସଙ୍ଗୀତ କ୍ୟାରିୟର୍ ଜାରି ରଖିଛନ୍ତି ।

ସୌରଭି ଦେବର୍ମା : ସୌରଭି ହେଉଛନ୍ତି ପ୍ରଥମ ମହିଳା ଇଣ୍ଡିଆନ୍ ଆଇଡଲ୍ ବିଜେତା । ସୋ’ ସହ ସେ ଜିତିଥିଲେ ୧କୋଟି ଟଙ୍କା ଏବଂ ଟାଟା ୱିଙ୍ଗର୍ । ଏହା ସହ ‘ମେହେରବାନ୍’ ନାମକ ଏକ ମ୍ୟୁଜିକ୍ ଆଲବମ୍ କରିଥିଲେ । ତେବେ ଇଣ୍ଡିଆନ୍ ଆଇଡଲ୍ ଜିତି ରାତାରାତି ଷ୍ଟାର୍ ପାଲଟି ଯାଇଥିବା ସୌରଭି କିନ୍ତୁ ସଙ୍ଗୀତ ଦୁନିଆରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାର୍ହି । ଏବେ ସେ ଜାତୀୟ ଏବଂ ଅନ୍ତର୍ଜାତୀୟ ଷ୍ଟେଜ୍ ସୋ’ କରୁଛନ୍ତି । ଏପର୍ଯ୍ୟନ୍ତ କୌଣସି ସିନେମାରେ ଗୀତ ଗାଇବାର ସୁଯୋଗ ପାଇ ନାହାଁନ୍ତି ।

ଶ୍ରୀରାମ ଚନ୍ଦ୍ର : ଇଣ୍ଡିଆନ୍ ଆଇଡଲ୍- ୫ର ବିଜେତା ଶ୍ରୀରାମ୍ ୫୦ଲକ୍ଷ ଟଙ୍କା ସହ ଏକ ଟାଟା ୱିଙ୍ଗର୍ ପାଇଥିଲେ । ଏହା ସହ ସେ ପାଇଥିବା ମ୍ୟୁଜିକ୍ ଆଲବମର ନାଁ ହେଉଛି ‘ ରେହନୁମା’ । ସୋ’ ଜିତିବା ପରେ ସେ ଅନେକ ଗୁଡିଏ ତେଲୁଗୁ ସିନେମାରେ କଣ୍ଠ ଦାନ କରିଛନ୍ତି । ଏହା ସହ ‘ମେରେ ବ୍ରଦର୍ କି ଦୁଲହନ୍’, ‘ଖିଲାଡି – ୭୮୬’, ‘ୟେ ଜୱାନୀ ହେ ଦିୱାନୀ’ ଆଦି ବଲିଉଡ୍ ସିନେମାରେ ନିଜ କଣ୍ଠଦାନ କରିଛନ୍ତି । ଖିଲାଡି – ୭୮୬ରେ ସେ ବୋଲିଥିବା ଗୀତ ‘ବଲମା’ ସୁପରହିଟ୍ ହୋଇଥିଲା । ଗୀତ ବ୍ୟତୀତ ଶ୍ରୀରାମ୍ ତେଲୁଗୁ ସିନେମାରେ ଅଭିନୟ ମଧ୍ୟ କରିଛନ୍ତି ।

ଭିପୁଲ୍ ମେହେତା : ସିଜିନ୍ -୬ ର ବିଜେତା ଭିପୁଲ୍ ସୋ’ ସହ ଜିତିଥିଲେ ୫୦ଲକ୍ଷ ଟଙ୍କା, ଏକ ନିଶାନ୍ କାର୍ ଏବଂ ଏକ ମ୍ୟୁଜିକ୍ ଆଲବମର କଂଟ୍ରାକ୍ଟ । ଏବେ ସେ ବଲିଉଡରେ ମ୍ୟୁଜିକ୍ କମ୍ପୋଜର୍ ଭାବରେ କ୍ୟାରିୟର୍ କରିବାକୁ ପ୍ଲାନ୍ କରୁଛନ୍ତି ।