ଭାରତୀୟ ହକି ଦଳଙ୍କ ସହ ଦିନଟିଏ ! ଜିଲ୍ଲାପାଳଙ୍କ ସହ ମଧ୍ୟାହ୍ନ ଭୋଜନ ସହ ବେଳାଭୂମିରେ କଲେ ମଉଜ ମସ୍ତି ।

ପୁରୀ ବେଳାଭୂମିରେ ମସ୍ତି କରୁଛନ୍ତି ଭାରତୀୟ ହକି ଟିମ୍ ।

149

କନକ ବ୍ୟୁରୋ: ଆସନ୍ତା ଶନିବାର ଦିନ ଖେଳାଯିବାକୁ ଥିବା ହକି ବିଶ୍ୱକପର ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ମନକୁ ହାଲକା କରିବା ପାଇଁ ପୁରୀରେ ଭାରତୀୟ ହକି ଖେଳାଳୀଙ୍କୁ ଦେଖିବାକୁ ମିଳିଛି  । ପୁରୀ ବେଳାଭୂମିରେ ମସ୍ତି କରୁଛନ୍ତି ଭାରତୀୟ ହକି ଟିମ୍ ।

ସାରା ରାଜ୍ୟରେ ଏବେ ହକି ଫିଭର ।  ଗତ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ ସାରା ରାଜ୍ୟରେ ଏକପ୍ରକାର ଚହଳ ସୃଷ୍ଟି କରିଛି । କେବଳ ଓଡିଶା ନୁହେଁ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଦର୍ଶକ ହକି ମ୍ୟାଚ ଦେଖିବାକୁ ଆସୁଛନ୍ତି । ତେବେ ଆସନ୍ତା ଶନିବାର ଦିନ ଭାରତୀୟ ଦଳର ମ୍ୟାଚ୍ ଥିବା ବେଳେ ନିଜକୁ ଟିକେ ରିଲାକ୍ସ କରିବା ପାଇଁ ଆଜି ପୁରୀରେ ପହଞ୍ଚିଛନ୍ତି ଭାରତୀୟ ହକି ଦଳ । ପୁରୀରେ ପହଞ୍ଚି  ଦଳର ସମସ୍ତ ଖେଳାଳୀ ହଲିଡେ ରିସର୍ଟରେ ରହିବା ସହିତ ବ୍ରେକଫାଷ୍ଟ କରିଥିଲେ ଏବଂ ସେଠାରେ ସ୍ୱିମିଙ୍ଗ ପୁଲର ମଧ୍ୟ ଭରପୁର ମଜା ଉଠାଇଥିଲେ । ପୁରୀ ବେଳାଭୂମିରେ ମଉଜ ମସ୍ତି କରିବା ପରେ ଭାରତୀୟ ଦଳ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ତାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ଦଳର କୋଚ୍ ହରେନ୍ଦ୍ର ସିଂ ଏବଂ ସମସ୍ତ ଖେଳାଳୀ ପୁରୀ ବେଳାଭୂମିକୁ ଯାଇ ସେଠାରେ ଫୁଟବଲ ଖେଳିଥିବା ମଧ୍ୟ ନଜର ଆସିଥିଲେ ।