ପୁଣି ଥରେ ଦ୍ୱି-ପାକ୍ଷିକ କଥାବାର୍ତ୍ତା ସପକ୍ଷରେ ଇମ୍ରାନ ଖାନ : ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ହାଇକମିଶନର

31

କନକ ବ୍ୟୁରୋ : ଭାରତ ପାକିସ୍ତାନ ଦ୍ୱି-ପାକ୍ଷିକ କଥାବାର୍ତ୍ତା ସପକ୍ଷରେ ଇମ୍ରାନ ଖାନ । ଭାରତୀୟ ହାଇକମିସନଙ୍କ ସହ ଆଲୋଚନା ସମୟରେ ଏହି ସଙ୍କେତ ଦେଇଛନ୍ତି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗତକାଲି ଇସଲାମାବାଦରେ ଭାରତୀୟ ହାଇକମିସନର ଅଜୟ ବିସାରିଆ ଇମ୍ରାନଖାନଙ୍କୁ ଭେଟି ନିର୍ବାଚନ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଖାନଙ୍କ ସହ ଆଲୋଚନା ସମୟରେ ବିସାରିଆ ଆତଙ୍କବାଦ, ଅନୁପ୍ରବେଶ ପ୍ରସଙ୍ଗ ଉଠାଇଥିଲେ । ସେପଟେ କଶ୍ମୀର ଭ୍ୟାଲିରେ ଭାରତୀୟ ସେନାର ମାନବାଧିକାର କରୁଥିବା ନେଇ ଅଭିଯୋଗ କରିଥିଲେ ଇମ୍ରାନ ଖାନ ।

ଏଥିସହ ଭାରତ ସହ ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣିବା ପାଇଁ କଥାବାର୍ତ୍ତା ଉପରେ ଇମ୍ରାନ ଖାନ ଗୁରୁତ୍ୱ ଦେଇଥିବା ଟ୍ୱିଟ୍ କରିଛନ୍ତି ଭାରତୀୟ ହାଇକମିସନ । ଏଥିସହ ଟିମ ଇଣ୍ଡିଆର ସବୁ ଖେଳାଳିଙ୍କ ସ୍ୱାକ୍ଷର ଥିବା ଏକ ବ୍ୟାଟ ଉପହାର ଦେଇଛନ୍ତି ଅଜୟ ବିସାରିଆ । ଏହାସହ ମୋଦିଙ୍କ ତରଫରୁ ଇମ୍ରାନ୍ ଖାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅଜୟ । ଉଲ୍ଲେଖଯୋଗ୍ୟ ଯେ ଇମ୍ରାନଙ୍କ ପାକିସ୍ତାନ ତେହରିକ ପାର୍ଟି (ପିଟିଆଇ) ୨୫ ଜୁଲାଇରେ ହୋଇଥିବା ସାଧାରଣ ନିର୍ବାଚନରେ ସର୍ବାଧିକ ଆସନ ହାସଲ କରିଛି। ଅନ୍ୟ ଦଳର ସମର୍ଥନ ନେଇ ଏହା ସରକାର ଗଠନ କରିବାକୁ ଯାଉଛି ।