ନିଜର ଏକ ସ୍ୱତନ୍ତ୍ର ଦେଶ ନିର୍ମାଣ କଲେ ଭାରତୀୟ ଯୁବକ ସୂୟଶ୍ ! ବାପାଙ୍କୁ ପ୍ରଧାନମନ୍ତ୍ରୀ ଚୟନ କଲେ, ନିଜେ ହେଲେ ରାଜା 

68

ସମସ୍ତେ ନିଜର ଘର ତିଆରି କରିବା ପାଇଁ ଚାହାନ୍ତି । ନିଜର ଏକ ଘର ହେଉ, ଆଉ ସମସ୍ତେ ଖୁସି ଖୁସିରେ ରୁହନ୍ତୁ, ଏପରି ଥାଏ ସମସ୍ତଙ୍କର ଇଚ୍ଛା । ତେବେ ଆଜିକା ମହଙ୍ଗା ଯୁଗରେ ଘର ତିଆରି କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁ ନାହିଁ । ଏପରିସ୍ଥଳେ ନିଜର ଏକ ଦେଶ ତିଆରି କରିବା ନିହାତି ଏକ ଆଶ୍ଚର୍ଯ୍ୟକର ଘଟଣା । ତେବେ ଏପରି କିଛି କରିଛନ୍ତି ଭାରତର ଜଣେ ଯୁବକ । ଯିଏ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ଦେଶ । ଏହା ଶୁଣିବା ପାଇଁ ଅଜବ ଲାଗିଲେ ମଧ୍ୟ ଏକଥା ସତ । ଇନ୍ଦୋର ନିବାସୀ ସୂୟଶ୍ ଦୀକ୍ଷିତ ଏକ ସ୍ଥାନ ବିଷୟରେ ଜାଣିବା ପାଇଁ ପାଇଲେ ଯାହା ସୁଦାନ ଓ ଇଜିପ୍ଟ ମଧ୍ୟରେ ଅବସ୍ଥିତ ଥିଲା । କିନ୍ତୁ ଏହି ସ୍ଥାନ ଉପରେ କୌଣସି ବି ଦେଶର ଅଧିକାର ନଥିଲା । ଏହାର ସୁଯୋଗ ଉଠାଇଲେ ସୂୟସ୍ । ଏବଂ ସେଠାରେ ନିଜର ଏକ ସ୍ୱତନ୍ତ୍ର ଦେଶ  ତିଆରି କଲେ ଏବଂ ଏହି ଦେଶର ନାମ ରଖିଛନ୍ତି ‘ କିଙ୍ଗଡମ୍ ଅଫ୍ ଦୀକ୍ଷିତ’ ।

ନିକଟରେ ଫେସବୁକରେ ନିଜ ଦେଶ ବିଷୟର ଘୋଷଣା କରିଛନ୍ତି ସୂୟଶ୍ । ନିଜକୁ ଉକ୍ତ ଦେଶର ରାଜା ଘୋଷିିତ କରିଛନ୍ତି ସେ । ସେ ଏବେ ଚାହୁଁଛନ୍ତି ଉକ୍ତ ସ୍ଥାନ ପାଇଁ ୟୁଏନ୍ ମାନ୍ୟତା ମିଳୁ । ସୂଚନାଯୋଗ୍ୟ ସୂୟଶଙ୍କ ଦେଶର ପ୍ରକୃତ ନାମ ହେଲା ତାବିଲ । ସୂୟଶ୍ ଫେସବକୁରେ ପ୍ରକାଶ କରିଛନ୍ତି ବହୁତ ପରିଶ୍ରମ କରିବା ପରେ ସେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସେ କହିଛନ୍ତି ଏଠାରେ ୯୦୦ ସ୍ୱାଇର ଫୁଟର ଅଞ୍ଚଳ ଅଛି, ଯାହା କୌଣସି ବି ଦେଶର ଅଧିନରେ ନାହିଁ । ଏଠାରେ ଆରାମରେ ଜୀବନ ଧାରଣ କରିହେବ ।

 

 

ତେବେ ସୂୟଶ୍ ତାଙ୍କ ଦେଶରେ ବୃକ୍ଷରୋପଣ ପାଇଁ ମଞ୍ଜି ବୁଣି ପାଣି ଢ଼ାଳିଛନ୍ତି । ସୂୟଶ ତାଙ୍କର ସ୍ୱତନ୍ତ୍ର ଦେଶ ‘କିଙ୍ଗଡମ୍ ଅଫ୍ ଦୀକ୍ଷିତ’ ଘୋଷଣା କରିବା ପରେ ନିଜ ବାପାଙ୍କୁ ସେଠାର ପ୍ରଧାନମନ୍ତ୍ରୀ, ରାଷ୍ଟପତି ଘୋଷଣା କରିଛନ୍ତି । ଏବଂ ଉକ୍ତ ଦେଶର ରାଜା ସେ ନିଜେ ବୋଲି ଫେସବୁକରେ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ସେ ଏହି ଦେଶର ୱେବସାଇଟ (https://kingdomofdixit.gov.best )ମଧ୍ୟ ତିଆରି କରିଛନ୍ତି । ସେ କହିଛନ୍ତି,  ମୋ ଦେଶରେ ଏବେ ଅନେକ ପଦବୀ ଖାଲି ଅଛି । କେହି ବି ଏଥପାଇଁ ଆବେଦନ କରିପାରିବେ । ଯାହା ଉପରେ ସେ ବିଚାର କରିବେ ।

ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ କିଛି ବିଶେଷ କଥା

– ଦେଶର ସର୍ବମୋଟ୍ ଜନସଂଖ୍ୟା ଏକ ।

 – ଏହି ଦେଶର ରାଜଧାନୀ ନାମ ହେଲା ସୂୟଶପୁର

– ୫, ନଭେମ୍ବର ୨୦୧୭ରେ ଦେଶର ସ୍ଥାପନ ହୋଇଛି- ସୂୟଶ୍ ଦେଶର ରାଷ୍ଟ୍ରପଶୁ ଭାବେ ଝିଟିପିଟକୁ ଚୟନ କରିଛନ୍ତି । କାରଣ ସେଠାରେ କେବଳ ଝିଟିପଟି ହିଁ ଦେଖା ଯାଉଛନ୍ତି ।

ବତ୍ତର୍ମାନ ଏହି ଦେଶକୁ ୟୁଏନ୍ ମାନ୍ୟତା ମିଳୁ ବୋଲି ଚାହୁଁଛନ୍ତି ସୂୟଶ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୂୟଶଙ୍କ ଦେଶ ‘କିଙ୍ଗଡମ୍ ଅଫ୍ ଦୀକ୍ଷିତ’କୁ ୟୁଏନ୍ ମାନ୍ୟତା ମିଳୁଛି ନା ନାହିଁ ।