କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଖବର ସାରା ଭାରତରେ ଏବେ ଚର୍ଚ୍ଚା ହେଉଛି । ତେବେ ଏହି ଖବର ପ୍ରକାଶ କରିଥିବା ସଂସ୍ଥାର ଦାବି ହେଲା ଭାରତ ପେଟ୍ରୋଲ ୧୫ଟି ଦେଶର ପ୍ରତି ଲିଟର ପିଛା ଦର ନିର୍ଦ୍ଧାରିତ କରୁଥିବା ସହ ୨୯ଟି ଦେଶରେ ଡିଜେଲ ୩୭ ଟଙ୍କା ଲେଖାଏଁ ଦର ନିର୍ଦ୍ଧାରିତ କରାଯାଇଛି । ଏହାସହ ସରକାର ଘରୋଇ ଉତ୍ପାଦନ କ୍ଷେତ୍ରରେ ଅଧିକ ଟିକସ ଲଗାଉଛନ୍ତି । ତେବେ ଭାରତ ୧୫ଟଙ୍କା ଲିଟରରେ ପେଟ୍ରୋଲ ଅନେକ ବିଦେଶ କମ୍ପାନୀଙ୍କୁ ବିକ୍ରି କରିବା ସହ ଡିଜେଲ ୩୭ଟଙ୍କା ଲେଖାଏଁ ଦରରେ ବିକ୍ରି କରୁଛି । ତେବେ ଏହି ଖବର ମିଳିଲା ପରେ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଆରଟିଆଇ ଜରିଆରେ ମିଳିପାରିଛି ବୋଲି ଜଣାପଡିଛି । ଏହି ଆରଟିଆଇର ସୂଚନା ପଜାଂବର ଲୁଧିଆନାରେ ରହୁଥିବା ରୋହିତ ସମରବାଲାଙ୍କ ଜରିଆରେ ମିଳିପାରିଛି ।

 

ଆମେ ମାନେ ଯଦି ଭାରତ ଲୋକମାନଙ୍କ ଉପରେ ନଜର ପକାଇବା ତେବେ ଜାଣିପାରିବା ଯେ, ଏଠାରେ ତୈଳ ଉପରେ କୈାଣସି ଖବର ଆସିଲେ ଲୋକମାନେ ତାହକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇ ଥାଆନ୍ତି । ପ୍ରତ୍ୟେକ ସମୟରେ ଭାରତରେ ତୈଳ ଦର ବୃଦ୍ଧି ଯୋଗୁଁ ଲୋକମାନେ ଅନେକ ପ୍ରକାର ହଇରାଣ ହରକତ ହେଉଛନ୍ତି । ଦର ବୃଦ୍ଧି ହେଉଥିବାରୁ ଅନେକ ସମୟରେ ଆନ୍ଦୋଳନ ମଧ୍ୟ ହେବାର ନଜର ରହିଛି । ଏପରିକି ସାଧାରଣ ଲୋକମାନେ କହୁଛନ୍ତି ଯେ, ବାହାର ଦେଶକୁ ଯଦି ଆମ ଦେଶର ତୈଳ ଦାମ ସହ ତୁଳନା କରିବା ତେବେ ଆମେ ଜାଣିପାରିବା ଯେ, କିପରି ଭାବରେ ଅନ୍ୟ ଦେଶ ଅପେକ୍ଷା ଭାରତରେ ଦାମ ଅଧିକ ରହିଛି । ସୋସିଆସ ମିଡିଆରେ ଏହି ଥଖବର ଆସିବା ପରେ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜବାଲା ମଧ୍ୟ ଏହି ଘଟଣାରେ ଟୁଇଟ କରିଛନ୍ତି ।

 

ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ହେବାପରେ ଏକ ଜାତୀୟ ଗଣମାଧ୍ୟମ ସେହି ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲା ଯିଏ କି ଏହାର ଖୁଲାସ କରିବା ପାଇଂ ଆରଟିଆଇର ସାହାଯ୍ୟ ନେଇଥିଲେ । ତେବେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମୁଁ ପେଟ୍ରୋଲିୟମ ବିଭାଗକୁ ଆରଟିଆଇ ଜରିଆରେ ସୂଚନା ମାଗିଥିଲି ଓ ପରେ ସମସ୍ତ ସୂଚନା ପାଇଥିଲି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ରୋହିତ କହିଛନ୍ତି ଯେ, ଏହାର ସମସ୍ତ ସୂଚନା ମୋର ହସ୍ତକ୍ଷେପ ହେବାପରେ ମୁଁ ଚମିକି ପଡିଥିଲି । ମାଙ୍ଗୋଲୋର ରିଫାଇନାରୀ ଓ ପେଟ୍ରୋକେମିକାଲ ଲିମିଟେଡ ଦ୍ୱାରା ଆରଟିଆଇ ଦେଇଥିବା ସୂଚନା ଅନୁସାରେ ୨୦୧୮ ଜାନୁଆରୀ ୧ରୁ ୨୦୧୮ ଏପ୍ରିଲ ୩୦ ମଧ୍ୟରେ ୫ ଦେଶର ପେଟ୍ରୋଲ ଓ ୨୯ଦେଶର ପେଟ୍ରୋଲିୟମ (ପେଟ୍ରୋଲ ଓ ଡିଜେଲ)ର ଦର ନିର୍ଣ୍ଣୟ କରାଯାଇଥିଲା ।

 

ଏହି ଦେଶମାନଙ୍କ ମଧ୍ୟରେ ଇରାକ, ଆମେରିକା, ହଙ୍କକଙ୍ଗ, ମାଲେସିଆ, ମରୀସସ୍, ସିଙ୍ଗାପୁର ଓ ସଞ୍ଜୁକ୍ତ ଆରବ ଆମେରିକା ଦେଶ ସାମିଲ ଅଛନ୍ତି । ତେବେ ପେଟ୍ରୋଲ ୩୨ରୁ ୨୪ ଟଙ୍କା ଓ ଡିଜେଲ ୩୪ ରୁ ୩୬ଟଙ୍କା ପ୍ରତି ଲିଟର ପ୍ରତି ଦର ଧାର୍ଯ୍ୟ କରାଯାଇଛି । ତେବେ ଏହାକୁ ତୁଳନା କଲେ ପେଟ୍ରୋଲ ଓ ଡିଜେଲ ଯଥା କ୍ରମେ ୬୯.୯୭ ପଇସାଠାରୁ ୭୫.୫୫ ପଇସା ଓ ୫୯.୭୦ରୁ ୬୭.୩୮ ପଇସାରେ ଏହା ଭାରତରେ ବିକ୍ରି କରାଯାଉଛି । ଏହି ଦରକୁ ଭାରତ ସହ ତୁଳନା କଲେ ବିଦେଶରେ ବିକ୍ରି ହେଉଥିବା ତୈଳଦରଠାରୁ ଏଠାକାର ଦର ଦୁଇ ଗୁଣ ରହିଛି ।

 

ଏହି ଖବର ଜଣାପଡିବା ପରେ ଅନେକ ଲୋକମାନେ ଭାବିଲେ ଯେ, ଯଦି ଭାରତ ବାହାର ଦେଶରୁ ତୈଳ ଆମଦାନୀ କରୁଛି ତେବେ ଅନ୍ୟ ଦେଶର ତୈଳ ନିର୍ଦ୍ଧାରଣ ଭାରତ କିପରି କରୁଛି ? ତେବେ ଭାରତ ବିଦେଶରୁ ତୈଳ ଆମାଦାନୀ କରି ନିଜେ ରିଫାଇନାରୀ କକରି ଏପରି ଭାବରେ ଅନ୍ୟ ଦେଶର ତୈଳ ଦର ନିର୍ଦ୍ଧାରିତ କରୁଛି । ତେବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏହି ବିଷୟରେ ଜଣାପଡିବା ପରେ କେନ୍ଦ୍ର ସରକାର କିମ୍ବା ପେଟ୍ରୋଲିୟମ ମନ୍ତ୍ରଣାଳୟ କୈାଣସି ପ୍ରତିକ୍ରିୟା ଦେଇ ନଥିବା ଜଣାପଡିଛି ।