ଚାଷୀ କୂଳକୁ ଧୋକା ଦେଲା କେନ୍ଦ୍ର ! କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ଟଙ୍କାକୁ ବୃଦ୍ଧି

43

କନକ ବ୍ୟୁରୋ: କେନ୍ଦ୍ର ସରକାର ୨୦୧୭-୧୮ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୱିଂଟାଲ ପିଛା ମାତ୍ର ୮୦ଟଙ୍କା ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର । ଏନେଇ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜଣାଇଦେଇଛି । କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ସାଧାରଣ ମାନ ଧାନର ଏମଏସପି କ୍ୱିଂଟାଲ ପିଛା ୮୦ଟଙ୍କା ବଢ଼ି ୧୪୭୦ରୁ ୧୫୫୦ ଟଙ୍କା ହେବ ।

ସେହିଭଳି ଏ ଗ୍ରେଡ୍ ଧାନର ଏମଏସପି ୧୫୯୦ଟଙ୍କା ଧାର୍ଯ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଚାଷୀ କୂଳକୁ ଶକ୍ତ ଧକ୍କା ଦେଇଛି । ତେବେ ଗତ ବିଧାନସଭା ଅଧିବେଶନ ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବାକୁ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଥିଲା ।

ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମଧ୍ୟ ମାଗିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ପାଇଁ ସମୟ ଦେଇନଥିଲେ ବରଂ ଓଡିଶାର ଦାବିକୁ ଅଣଦେଖା କରିଥିଲେ ।