ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିନାହିଁ କି ୨-୨ ହଜାର ଟଙ୍କା? ତେବେ ଏହି ନମ୍ବରରେ କରନ୍ତୁ ମାତ୍ର ଗୋଟିଏ କଲ୍, ତୁରନ୍ତ ଜମା ହୋଇପାରେ ଟଙ୍କା !

25,385

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ମୋଦି ସରକାର ଦେଶର ଗରିବ ତଥା ଚାଷୀମାନଙ୍କ ପାଇଁ ରାସନ ସହ ପ୍ରଦାନ କରିଛନ୍ତି ଆର୍ଥିକ ସହାୟତା । ଅର୍ଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ, ପିଏମ କିଷାନ ଯୋଜନା ଅନୁଯାୟୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି , ଯାହାଦ୍ୱାରା ଚାଷୀ ତାର କାମ ଧନ୍ଦା କରିପାରିବେ । ତେବେ ଶନିବାର ଅର୍ଥମନ୍ତ୍ରୀ ଟ୍ୱିଟ କରି ଏସଂକ୍ରାନ୍ତ ସୂଚନା ଦେଇ କହିଛନ୍ତି ଯେ, ପିଏମ-କିଷାନ ଯୋଜନା ଅନୁସାରେ ୯.୧୩ କୋଟି ଚାଷୀଙ୍କୁ ୧୮,୨୫୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତେବେ ଯଦି କୌଣସି ଚାଷୀର ଖାତାରେ ଏହି ଟଙ୍କା ଟ୍ରାନ୍ସଫର ହୋଇନାହିଁ ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଆପଣ କିଭଳି ଏହାକୁ ଚେକ୍ କରିପାରିବେ ।

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଂଟକୁ ପିଏମ କିଷାନ ଯୋଜନାର ଆର୍ଥିକ ସହାୟତା ଆସିନାହିଁ ଟଙ୍କା ଆସିନାହିଁ ତେବେ ଆପଣ ଏନେଇ ଆକାଉଂଟାଂଟ କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏହାଛଡା ଯଦି ଆପଣଙ୍କୁ ଏମାନଙ୍କଠାରୁ କୌଣସି ସହଯୋଗ ନମିଳେ ତେବେ ଆପଣ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟର ହେଲପଲାଇନ ନମ୍ବରର ସହାୟତା ଲୋଡିପାରିବେ । ତେବେ ପିଏମ-କିଷାନ ହେଲପଲାଇନ ନମ୍ବର ୧୫୫୨୬୧ କିମ୍ବା ଟୋଲ ଫ୍ରି ନମ୍ବର ୧୮୦୦୧୧୫୫୨୬ରେ ଆପଣ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଆପଣ କୃଷି ମନ୍ତ୍ରାଳୟର ୦୧୧-୨୩୩୮୧୦୯୨ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ ।

ସେହିଭଳି ପିଏମ କିଷାନ ଯୋଜନାର ହିତାଧିକାରୀ ତାଲିକାରେ ଯଦି ଆପଣଙ୍କ ନାଁ ଅଛି କି ନାହିଁ ଜାଣିବାକୁ ଚାହୁଛନ୍ତି ତେବେ ସର୍ବ ପ୍ରଥମେ  pmkisan.gov.inକୁ ଯାଆନ୍ତୁ ।

• ଏଠାରେ ହୋମ ପେଜରେ ଏକ ମେନ୍ୟୁ ବାର ନଜର ଆସିବ ଏବଂ ଏଠାରେ ଥିବା ଫାର୍ମର କର୍ନର ଅପସନ ଉପରେ କ୍ଲିକ କରନ୍ତୁ ।

• ଏହାପରେ ଏଠାରେ ହିତାଧିକାରୀଙ୍କ ତାଲିକା ଲେଖାଯାଇଥିବା ଏକ ଅପସନ ନଜର ଆସିବ, ଯାହା ଉପରେ କ୍ଲିକ କରନ୍ତୁ ।

• ଏବେ ଆପଣ ଆପଣଙ୍କର ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଏବଂ ଗାଁ ବିବରଣୀ ଭରନ୍ତୁ ।

• ଏସବୁ ତଥ୍ୟ ଭରିବା ପରେ ଏଠାରେ ନଜର ଆସୁଥିବା ଗେଟ୍ ରିପୋର୍ଟ (Get Report ) ବିକଳ୍ପରେ କ୍ଲିକ୍ କରନ୍ତୁ । ତେବେ କ୍ଲିକ କରିବା କ୍ଷଣି ଆପଣଙ୍କ ସାମ୍ନାରେ ପୂରା ତାଲିକା ଚାଲିଆସିବ ।

ଏହାବ୍ୟତୀତ ପିଏମ-କିଷାନ ସମ୍ମାନ ଯୋଜନା ନିଧି ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ www.yojanagyan.inକୁ ଯାଇ ମଧ୍ୟ ସମସ୍ତ ସୂଚନା ପାଇପାରିବେ ।