ଗୁଗୁଲ ଭଳି କମ୍ପାନିରୁ ଉଚ୍ଚ ବେତନର ଚାକିରି ଛାଡ଼ି ଚାଷ କ୍ଷେତକୁ ଓହ୍ଳାଇଲେ ଇଞ୍ଜିନିୟର ନାଗା ! ଏବେ ବାର୍ଷିକ ୧୮ କୋଟି ଟଙ୍କା କରୁଛନ୍ତି ରୋଜଗାର

75

ପ୍ରତି ଇଞ୍ଚିନିୟରଙ୍କ ଇଚ୍ଛା ଥାଏ ବଡ କମ୍ପାନି ଯେପରିକି ଗୁଗୁଲ, ମାଇକ୍ରୋସଫ୍ଟ, ଆପଲ ଭଳି କମ୍ପାନିରେ କାମ ଚାକିରି କରିବା ପାଇଁ । ଯାହାକୁ ଏହିସବୁ କମ୍ପାନିରେ ଚାକିରି ମିଳିଥାଏ ସେ କେବେ ଚାକିରି ଛାଡିବା କଥା ସ୍ୱପ୍ନରେ ସୁଦ୍ଧା ଭାବି ନଥାଏ । କିନ୍ତୁ ଏ କ୍ଷେତ୍ରରେ ବ୍ୟତିିକ୍ରମ ସାଜିଛନ୍ତି ନାଗା କଟାରୁ । ଯାହାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ । ନାଗା କଟାରୁ ଏମିତି ଜଣେ ଭାରତୀୟ ଇଞ୍ଜିନିୟର ଯିଏ ଗୁଗୁଲ କମ୍ପାନିରେ ଚାକିରି ପାଇଥିଲେ ସତ କିନ୍ତୁ କିଛି ବର୍ଷ ଭିତରେ ଚାକିରି ଛାଡି ଏକ ଦୁନିଆରେ ପାଦ ଦେଇଥିଲେ । ନାଗା ଚାକିରି ଏଥିପାଇଁ ଛାଡ଼ିଥିଲେ କାରଣ ସେ ଚାଷ କରିବାକୁ ଚାହୁଁଥିଲେ ।

ନାଗା କଟାରୁ । ଆନ୍ଧ୍ରପ୍ରଦେଶର ଗମ୍ପଲାଗୁଡମ ଗାଁରେ ନାଗାଙ୍କର ଜନ୍ମ । କିନ୍ତୁ ଏବେ ଆମେରିକାର ଏକ ବଡ ଚାଷୀଙ୍କ ମଧ୍ୟରେ ନାଗାଙ୍କ ନାଁ ସାମ୍ନାକୁ ଆସୁଛି । ଜଣେ ଭାରତୀୟ ହୋଇ ଆମେରିକାରେ ଚାଷ କରିବା ନାଗାଙ୍କ ପାଇଁ ବଡ ଆହ୍ୱାନ ଥିଲା । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ନାଗା । ଏବେ ଚାଷରୁ ବାର୍ଷିକ ପ୍ରାୟ ୧୮ କୋଟି ଟଙ୍କା ରୋଜଗାର କରି ଅନ୍ୟ ମାନଙ୍କ ପାଇର୍ ଉଦାହରଣ ସୃଷ୍ଟି କରିଛନ୍ତି । ନାଗା ଆମେରିକାର କାଲିଫର୍ଣ୍ଣିଆରେ ବାଦାମ ଚାଷ କରି ଏଭଳି ସଫଳତା ହାସଲ କରିଛନ୍ତି ।

ଗୁଗୁଲ କମ୍ପାନିରେ ୮ ବର୍ଷ ଚାକିରି କରିବା ପରେ ଯେତେବେଳେ ଚାଷ କରିବାକୁ ନାଗା ଚିନ୍ତା କଲେ ସେତେବେଳେ ତାଙ୍କ ପାଇଁ ବଡ ସମସ୍ୟା ଥିଲା ଜମି । ତେବେ କାଲିଫର୍ଣ୍ଣିଆରେ ପ୍ରାୟ ୩୨୦ ଏକର ଜମି ଲିଜରେ ନେବା ପରେ ଚାଷ କ୍ଷେତରେ ଆରମ୍ଭ ହୋଇଥିଲା ନୂଆ ଅଭିଯାନ । ଅନ୍ୟ ଚାଷ ଅପେକ୍ଷା ବାଦାମ ଚାଷ କରିବାକୁ କମ ଖର୍ଚ୍ଚ ହେଉଥିବାରୁ ଏହି ଚାଷ କରିବାକୁ ନିଷ୍ପତି ନେଇଥିଲେ ନାଗା । ଅତ୍ୟାଧୁନିକ ଜ୍ଞାନକୌଶଳ ଜାଣିଥିବା ନାଗା ଚାଷ ଜମିରେ ଏହାର ପ୍ରୟୋଗ କରିଥିଲେ । ଯାହାର ଫଳ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିଥିଲା । ଫାର୍ମରୁ ଅଧିକରୁ ଅଧିକ ବାଦାମ ଉତ୍ପାଦନ କରି ଏକ ସଫଳ ଚାଷୀ ଭାବେ ଆମେରିକାରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ ନାଗା । ୨୦୧୫ ଓ ୨୦୧୬ ମସିହାରେ ଏହି ଫାର୍ମରୁ ପାଖାପାଖି ୧୭ରୁ ୧୮ କୋଟି ଟଙ୍କା ରୋଜଗାର କରିଥିଲେ ଏହି ଯୁବ ଭାରତୀୟ ଚାଷୀ । ଏଭଳି ଚାଷ ଭାରତରେ ମଧ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ନାଗା । ଯାହା ଫଳରେ ଭାରତରେ ହେଉଥିବା ଚାଷ ପ୍ରଣାଳୀରେ ପରିବର୍ତ୍ତନ ଆସିବ ।

ଚାଷ କରିବା ପୂର୍ବରୁ ନାଗା ଗୁଗୁଲ କମ୍ପାନିରେ ଇଞ୍ଜିନିୟର ଭାବେ ଆଠ ବର୍ଷ କାମ କରିଥିଲେ । ଏହି ସମୟରେ ଗୁଗୁଲ ଆଲର୍ଟ ସଫ୍ଟୱେୟାରର ଆଇଡିଆ ଦେଇଥିଲେ ନାଗା । ଯାହାକୁ ୨୦୦୩ ମସିହାରେ ଲଞ୍ଚ କରାଯାଇଥିଲା । ତେବେ ଚାକିରି ଛାଡି ଚାଷ କ୍ଷେତକୁ ଓହ୍ଳାଇବା ପରେ ନାଗା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।