ଆମେରିକା ଛାତ୍ରଛାତ୍ରୀ ଶିଖିବେ ସଂସ୍କୃତ ଓ ହିନ୍ଦି ! ବିଦେଶ ପିଲାଙ୍କୁ ରାଷ୍ଟ୍ରଭାଷା ଶିଖାଇବ ଭାରତୀୟ ଦୂତାବାସ ।

53

ବିଦେଶରେ ବଢିବ ଭାରତୀୟ ଭାଷାର ମର୍ଯ୍ୟାଦା । ଆମେରିକାରେ ହିନ୍ଦି ଓ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୱାସିଙ୍ଗଟନରେ ଥିବା ଭାରତୀୟ ଦୂତାବାସ ପକ୍ଷ୍ରୁ ଖୁବ ଶୀଘ୍ର ମାଗଣାରେ ସାପ୍ତାହିକ ଶ୍ରେଣୀ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି । ଦୂତାବାସରୁ ମିଳିଥିବା ସୂଚନା ଅନୁଯାୟୀ, ଏହା କ୍ଲାସ ୧ ଘଣ୍ଟାର ରହିବ । ଏବଂ ଦୂତାବାସ ପକ୍ଷରୁ ଭାରତୀୟ ସଂସ୍କୃତ ଶିକ୍ଷକ ଡାକ୍ତର ମାକ୍ସ ରାଜ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାଦାନ କରିବେ ।

ସୂଚନା ଅନୁଯାୟୀ, ଏହି ଶ୍ରେଣୀଗୃହ ଦୂତାବାସ ପରିସର ମଧ୍ୟରେ ହିଁ ଅନୁଷ୍ଠିତ ହେବ । ଏବଂ କେବେ ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ସେନେଇ ଖୁବ ଶିଘ୍ର ଦୂତାବାସ ପକ୍ଷରୁ ତାରିଖ ଘୋଷଣା କରାଯିବ । ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦି କ୍ଲାସ ପ୍ରତି ସୋମବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ସଂସ୍କୃତ କ୍ଲାସ ପ୍ରତି ଗୁରୁବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଅନୁଷ୍ଠିତ ହେବ । ତେବେ ଭାରତୀୟ ଦୂତାବାସ ପକ୍ଷରୁ ଏହି ସମ୍ବନ୍ଧରେ ସୂଚନା ଦିଆଯିବା ସହ ଟ୍ୱିଟରରେ ଏହି ନୋଟିସର ଏକ କପି ସେୟାର କରାଯାଇଛି । ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଚ୍ଛୁକ ଲୋକମାନେ ହିନ୍ଦି ଏବଂ ଉଭୟ ସଂସ୍କୃତ ଉଭୟ ଭାଷା ଶିଖିବାର ସୁଯୋଗ ପାଇପାରିବେ ।