ଆମେରିକାରେ ଗିରଫ ହୋଇଥିବା ଭାରତୀୟ ଛାତ୍ରଙ୍କୁ ସହାୟତା ଯୋଗାଇବ ଭାରତୀୟ ଦୂତାବାସ, ଖୋଲିଲା ୨୪/୭ ହଟଲାଇନ୍ 

81

‘ପେ-ଆଣ୍ଡ୍-ଷ୍ଟେ’ ୟୁନିଭର୍ସିଟି ସ୍କାମରେ ସମ୍ପୃକ୍ତି ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ଗିରଫ ହୋଇ ଥିବା ୧୨୯ ଜଣ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦେବାକୁ ଭାରତୀୟ ଦୂତାବାସ ୨୪/୭ ହଟଲାଇନ୍ ଖୋଲିଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ୍ ଭାବେ ରହିବାକୁ ନକଲି ୟୁନିଭର୍ସିଟିରେ ନାମ ଲେଖାଇଥିବା ୧୨୯ ଜଣ ଭାରତୀୟ ବିଦ୍ୟାର୍ଥୀଙ୍କୁ ଆମେରିକୀୟ କର୍ତ୍ତୃପକ୍ଷମାନେ ଗିରଫ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀମାନେ ଖୋଲାଯାଇଥିବା ଦୁଇଟି ହଟଲାଇନ୍ ନମ୍ବରକୁ ପରିଚାଳନା କରୁଛନ୍ତି। ସେ ଦୁଇ ହଟଲାଇନ୍ ହେଉଛି- – ୨୦୨-୩୨୨-୧୧୯୦ ଓ ୨୦୨-୩୪୦-୨୫୯୦।

ଗିରଫ ହୋଇଥିବା ବିଦ୍ୟାର୍ଥୀ, ସେମାନଙ୍କର ବନ୍ଧୁ ଓ ପରିବାର ଲୋକେ ଦୂତାବାସ ସହ cons3.Washington@mea.Gov.In ରେ ଯୋଗାଯୋଗ କରି ପାରିବେ । ଗିରଫ ଭାରତୀୟ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆବଶ୍ୟକ ସମସ୍ତ ବିଷୟର ଯୋଗସୂତ୍ରକାରୀ ଭାବେ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।