ବିମୁଦ୍ରାକରଣ ପରେ ଟ୍ରାକକୁ ଫେରୁଛି ଭାରତୀୟ ଅର୍ଥନୀତି ! ଧୀରେ ଧୀରେ ବଢୁଛି ନଗଦ ମୁଦ୍ରା କାରବାର

183

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ପୁଣି ପୂର୍ବାବସ୍ଥାକୁ ଫେରୁଛି ଭାରତୀୟ ଅର୍ଥନୀତି । ବିମୁଦ୍ରାକାରଣ ପରେ ପୁଣି ବଢୁଛି ନଗଦ ମୁଦ୍ରା କାରବାର । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଧୀରେ ଧୀରେ ଏହି କାରବାର ବଢୁଛି । ୨୦୧୯, ଜାନୁଆରୀ ୧୮ରେ ଦେଶରେ କରେନ୍ସି ସାର୍କୁଲେସନ୍ ବା ନଗଦ ମୁଦ୍ରା କାରବାର ସର୍ବାଧିକ ୨୦ ଦଶମିକ ୬୫ ଲକ୍ଷ କୋଟି ଟଙ୍କାରେ ହୋଇଛି । ସେହିପରି ବିଶେଷଜ୍ଞଙ୍କ କହିବା ଅନୁସାରେ, ଜିଏସଟି ଆରମ୍ଭ ହେବା ପରେ କର ପ୍ରଣାଳୀରେ ସୁଧାର ହୋଇଛି । କିନ୍ତୁ ଏଥିପାଇଁ ସମୟ ଲାଗିଛି ।

ଜିଏସଟି ପରେ ଛୋଟ ଛୋଟ ବ୍ୟବସାୟ ଓ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ ଏଥିରେ ସୁଧାର ଆସିଛି । ଏହାକୁ ତାଳ ଦେଇ ବ୍ୟବସାୟ ଓ ନିଯୁକ୍ତି କ୍ଷେତ୍ରରେ ସୁଧାର ଆସିଛି । ବ୍ୟବସାୟ ବୃଦ୍ଧି ଓ ନିଯୁକ୍ତି ବୃଦ୍ଧି ଫଳରେ ନଗଦ କାରବାର ବଢ଼ିଥିବା କୁହାଯାଉଛି । କାରଣ –ଛୋଟ ଛୋଟ ବ୍ୟବସାୟୀ ଓ ଗାଁ ଗଣ୍ଡାରେ ଶ୍ରମିକମାନଙ୍କୁ ନଗଦ ଟଙ୍କା ଆକାରରେ ପାରିଶ୍ରମିକ ଦିଆଯାଇଥାଏ । ଏତେ ପରିମାଣରେ ନଗଦ ମୁଦ୍ରା କାରବାର ପୁଣି ଥରେ ଭାରତୀୟ ଅର୍ଥନୀତିକୁ ପୂର୍ବ ଭଳି ଅନଔପଚାରିକ କ୍ଷେତ୍ରକୁ ଫେରାଇ ନେବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ ।