୨୦୨୫ ସୁଦ୍ଧା ୫୦୦୦ ଆରବ ଡଲାରରେ ପହଞ୍ଚିପାରେ ଭାରତୀୟ ଅର୍ଥବ୍ୟବସ୍ଥା : ଆକଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

32

କନକ ବ୍ୟୁରୋ : ଭାରତରେ ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତର ଅର୍ଥବ୍ୟବସ୍ଥାରେ ବୃଦ୍ଧି ଦେଶର ଘରୋଇ ଉତ୍ପାଦନ କ୍ଷେତ୍ରରେ ଦୃତ ଅଗ୍ରଗତି କରିଛି । ୨୦୨୫ ସୁଦ୍ଧା ଏହା ୫୦୦୦ ଆରବୀୟ ଡଲାର ପହଞ୍ଚିପାରେ ବୋଲି କୋବିନ୍ଦ ଆକଳନ କରିଛନ୍ତି । ସେ ଭାରତୀୟ ଆସିଏଆଇର ପ୍ଲାଣ୍ଟିନିୟମ ଜୁବୁଲି ଅବସରରେ ସମ୍ବୋଧନ କରି ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି । କୋବିନ୍ଦ କହିଛନ୍ତି ଯେ “ଆଗକୁ ଭାରତର ଅର୍ଥନୈତିକ ବିକାଶ ଯେପରି ଆଗଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ୨୦୨୫ ସୁଦ୍ଧ ଦେଶର ଜିଡିପି ଆକାର ବର୍ତ୍ତମାନର ଜିଡିପିର ଦୁଇ ଗୁଣ ହୋଇପାରେ” ।

source: google.co.in

ଏହାସହ ରାମନାଥ, ଦେଶରେ ଥିବା ଚାଟାର୍ଡ ଆକାଉଣ୍ଟ ମାନଙ୍କୁ ଜନହିତର ପ୍ରହରି ବୋଲି ସମ୍ବୋଧନ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର କର ପ୍ରଣାଳୀ ଓ କରଦାତାଙ୍କୁ ସୁବିଧା ଯୋଗାଉଥିବା ମହତ୍ତ୍ୱପୂର୍ଣ୍ଣ କାମ କେବଳ ଚାଟାର୍ଡ ଆକାଉଣ୍ଟଟାଣ୍ଟମାନେ ହିଁ କରୁଛନ୍ତି । ତେଣୁ ସେମାନଙ୍କ କହିବା ଅନୁସାରେ ଦେଶର ଅର୍ଥନୀତି ବ୍ୟବସ୍ଥା ସୁଧୁରୁଛି । ଯଦି ଆମେ ମାନେ ସମସ୍ତେ ଭାରତବାସୀ ସରକାରଙ୍କ ନିୟମ ଅନୁସାରେ କର ଜମା କରିବା ତେବେ ଦେଶର ରାଜସ୍ୱ ମଧ୍ୟ ବଢିବାରେ ଲାଗିବ । ଯାହାର ଲାଭ ଆମେ ମାନେ ମଧ୍ୟ ପାଇବା । ଆମେ ଯଦି ଆଗର ଭାରତ ଓ ଏବେକାର ଭାରତକୁ ତୁଳନା କରିବା ତେବେ ସ୍ପଷ୍ଟ ଭାବରେ ଜାଣିପାରିବା ଆମର ରାଜସ୍ୱ ବଢିବାରେ ଲାଗିଛି । ତେଣୁ ଦେଶର ସମସ୍ତ ନାଗରିକ ସଠିକ ସମୟରେ କର ଭରିବା ଜରୁରୀ । ଏପରି କରିବା ଦ୍ୱାରା ଦେଶ ତଥା ଦେଶର ଜନତା ପରୋକ୍ଷରେ ଲାଭମାନ ହେବେ ।

ସରକାରଙ୍କ କଳାଧନ ବିରୋଧରେ ଯେପରି ଭାବରେ କାମ କରିଛନ୍ତି ତାହାକୁ ପ୍ରଶଂସା କରିବା ସହ ସେସବୁ ଆସିଲା ପରେ ଦେଶର ରାଜସ୍ୱ ଆହୁରି ବଢିବ ବୋଲି କୋବିନ୍ଦ ଆଶା ପ୍ରକଟ କରିଛନ୍ତି । ବର୍ତ୍ତମାନ ସମୟରେ କଳାଧନ ରଖିଥିବା ଅଢେଇ ଲକ୍ଷ ଲୋକମାନଙ୍କ ଚେହେରା ଭାରତବାସୀମାନେ ଦେଖିପାରୁଛନ୍ତି । ତେଣୁ ଆମେ ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କୁ ସମର୍ଥନ କରିବା ସହ ଲୋକାଭିମୁଖୀ ଯୋଜନାରେ ନିଜକୁ ସାମିଲ କରିବା ଲାଗି କୋବିନ୍ଦ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।