ଅଚାନକ ଖୋଲିଲା ଜଣେ ଭାରତୀୟ ଡ୍ରାଇଭରଙ୍କ ଭାଗ୍ୟ ! ରାତାରାତି ହେଲେ କୋଟିପତି, ଜାଣନ୍ତୁ କେଉଁଠି ।

41

କୁହାଯାଏ ଉପରବାଲା ଯବ ଭି ଦେତା ହେ ତୋ ଛପର ଫାଡକେ ଦେତା ହେ । ଆଉ ଏମିତି ହିଁ କିଛି ହୋଇଛି ଭାରତର ଜଣେ ବ୍ୟକ୍ତିଙ୍କ ସହ । ଯିଏକି ଦୁବାଇରେ ରହୁଛନ୍ତି । ଜନ ବର୍ଗିସ ନାମକ ଏହି ବ୍ୟକ୍ତି ଅଚାନକ କୋଟିପତି ହେଇଯାଇଛନ୍ତି । ଜନ ଦୁବାଇରେ ଡ୍ରାଇଭର କାମ କରିଥାନ୍ତି । ବର୍ଗିସ କେରଳର ବାସିନ୍ଦା ଅଟନ୍ତି । ତାଙ୍କୁ ୧୨ ମିଲିୟନ ଦିରହମ ର ଲଟେରୀ ଲାଗିଛି । ଯାହା ଭାରତୀୟ ମୁଦ୍ରାର ମୂଲ୍ୟ ୨୧କୋଟି ଟଙ୍କା ହେବ ।

୨୦୧୬ ମସିହାରେ ଜନ ବର୍ଗିସ ଦୁବାଇ ଯାଇଥିଲେ । ସେବେଠାରୁ ଜନ ସେଠାରେ ଏକ ପ୍ରାଇଭେଟ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ । ଦୁବାଇ ଏୟାରପୋର୍ଟ ଠାରେ ମଙ୍ଗଳବାର ଏହି ଲଟେରୀ ବାହାରିଥିଲା । ଲଟେରୀ ଜିତିବା ପରେ ଜନ୍ ଅତ୍ୟନ୍ତ ଖୁସି ଅଛନ୍ତି । ଜନଙ୍କ ଅନୁସାରେ, ତାଙ୍କୁ ଏହି ଲକି ବିଜେତା ହୋଇଥିବାର ବିଶ୍ୱାସ ହେଉନାହିଁ । ଏହା ପୂର୍ବରୁ ଜାନୁଆରୀ ମାସରେ ଜଣେ କେରଳ ନିବାସୀ ୟୁଏଇର ଆବୁଧାବି ଠାରେ ୨୧ କୋଟି ଟଙ୍କାର ଲଟେରୀ ଜିତିଥିଲେ । ଆବୁଧାବିରେ ଗତ ବର୍ଷ ୧୦ ଜଣ ଭାରତୀୟ ୧.୮-୧.୮ କୋଟିର ଲଟେରୀ ଜିତି ସାରିଲେଣି ।

ଲଟେରୀ ଜିତିବା ପରେ ଜନ କହିଛନ୍ତି ଯେ, ତାଙ୍କୁ ବିଶ୍ୱାସ ହେଉନଥିଲା ଯେ, ସେ ଏତେ ବଡ ଟଙ୍କାର ଲଟେରୀ ଲାଗିଛି । ତେବେ ଏବେ ଏବେ ଏପ୍ରିଲ ଫୁଲର ସମୟ ଯାଇଛି । ତାଙ୍କୁ ଲାଗିଲା ଯେ, ତାଙ୍କ ସାଙ୍ଗ ମାନେ ଏକାଠି ହୋଇ ତାଙ୍କ ସହ ମଜା କରୁଛନ୍ତି । ଲଟେରୀ ଲାଗିଛି ବୋଲି ତାଙ୍କୁ ଯେଉଁ ଫୋନ ଆସିଥିଲା, ତାହା ମଧ୍ୟ ମିଛ ଥିଲା ବୋଲି ସେ ଅନୁମାନ କରୁଥିଲେ । ତେବେ ପୁରା କାଗଜପତ୍ର ମିଳଇବା ପରେ ହିଁ ସେ ତାଙ୍କ ଘର ଲୋକଙ୍କୁ ଏ ବାବଦରେ ଜଣାଇଥିଲେ । ଜନ କହିଛନ୍ତି ଯେ, ସେ ଉକ୍ତ ଟଙ୍କାକୁ ତାଙ୍କ ଚାରି ଜଣ ସାଙ୍ଗଙ୍କ ମଧ୍ୟରେ ବାଣ୍ଟିଦେବେ । କିନ୍ତୁ ପ୍ରଥମେ ସେ ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି । କାରଣ ସେ ଏବେ ଏକ ସାମାନ୍ୟ ମୋବାଇଲ ବ୍ୟବହାର କରୁଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ସେ କିଛି ଟଙ୍କା ଗରିବ ମାନଙ୍କୁ ମଧ୍ୟ ଦାନ କରିବେ । ସୂଚନା ଅନୁସାରେ ଏହା ପୂର୍ବରୁ ମଧ୍ୟ ଅନେକ ଭାରତୀୟ ଦୁବାଇରେ ଟଙ୍କା ଜିତିଛନ୍ତି ।