ବାହା ହେବେ ଯୁବରାଜ

69

source -http://www.viresattached.com/

ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଏହି ଭାରତୀୟ କ୍ରିକେଟର ମ୍ୟାରେଜ କରିବାକୁ ଯାଉଛନ୍ତି । ଫିଲ୍ମ ବଡିଗାର୍ଡରେ ଅଭିନେତ୍ରୀ କରୀନା କପୁରଙ୍କ ଫ୍ରେଣ୍ଡ ମାୟା ଭୂମିକାରେ ଦର୍ଶକଙ୍କ ଦିଲକୁ ଛୁଇଁ ଯାଇଥିବା ଅଭିନେତ୍ରୀ ହାଜେଲ କିଚ୍ ବନିବେ ଯୁବରାଜଙ୍କ ଦୁଲହନ । ଅନେକ ଦିନ ଧରି ଏହି ଦୁଇ ପ୍ରେମୀ ପରସ୍ପରକୁ ଡେଟିଂ କରି ଆସୁଛନ୍ତି ।

source-https://s3-us-west-2.amazonaws.com

ଗତ ବର୍ଷ ହିଁ ଯୁବରାଜ ଓ ହାଜେଲ ସେମାନଙ୍କର ରିଲେସନଶିପ୍ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ଏବଂ ନଭେମ୍ବରରେ ବି ନିର୍ବନ୍ଧ ସରିଯାଇଛି । ଏହା ଯୁବରାଜ ନିଜର ଫେସବୁକ ପୃଷ୍ଠାରେ ଉଲ୍ଲେଖ କରିଥିଲେ । ସୂଚନାନୁସାରେ ଦୁଇଜଣଙ୍କର ମ୍ୟାରେଜ ଡେଟ ଫାଇନାଲ ହୋଇସାରିଛି । ଏହି ବର୍ଷର ଡିସେମ୍ବର ଆଡକୁ ଦୁଇ ପ୍ରେମୀଯୁଗଳଙ୍କର ମ୍ୟାରେଜ ହେବାର ସମ୍ଭାବନା ଅଛି ।

source-http://media2.intoday.in/

ଯୁବରାଜଙ୍କର ଜନ୍ମଦିନ ୧୨ ଡିସେମ୍ବର । ଏଣୁ ଏହି ଦିନ ଯୁବରାଜ ନିଜର ପ୍ରେମିକା ହାଜେଲଙ୍କୁ ଜୀବନସାଥୀ କରିବେ ବୋଲି ଶୁଣିବାକୁ ମିଳୁଛି । ଦୁଇ ଜଣକ ମ୍ୟାରେଜ ଡେଟକୁ ଫ୍ୟାନମାନେ ଅପେକ୍ଷା କରିରହିଛନ୍ତି । ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିବା ହାଜେଲ କିଚଙ୍କ ବାପା କଣେ ବ୍ରିଟିସ୍ ହୋଇଥିବା ବେଳେ ମା ହେଉଛନ୍ତି ମରିସସରେ ରହୁଥିବା ଜଣେ ହିନ୍ଦୁ । ହାଜେଲ ତାମିଲ ଚଳଚ୍ଚିତ୍ର ବିଲାରେ ମଧ୍ୟ ଅଭିନୟ କରିଛନ୍ତି ।