ଭାରତ କ୍ରିକେଟ୍ ଜଗତର ପୂର୍ବତନ ଅଧିନାୟକ ଅଜିତ୍ ୱାଡେକରଙ୍କର ୭୭ ବର୍ଷ ବୟସରେ ପରଲୋକ ! ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।

30

ଭାରତ କ୍ରିକେଟ୍ ଜଗତର ପୂର୍ବତନ କ୍ୟାପଟେନ୍ ଅଜିତ୍ ୱାଡେକରଙ୍କର ୭୭ ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ମୁମ୍ବାଇର ଜସଲୋକଠାରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ଆପଣଭ୍କୁ ଏଠାରେ କହିରଖୁଛୁ ଭାରତ କ୍ରିକେଟ୍ ଜଗତରେ ସଫଳ ଅଧିନାୟକଙ୍କ ତାଲିକାରେ ୱାଡେକରଙ୍କର ନାଁ ନିଆଯାଏ । ତେବେ ସେ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ । ୧୯୪୧ ମସିହା ଏପ୍ରିଲ୍ ୧ ତାରିଖରେ ଜନ୍ମ ନେଇଥିବା ଅଜିତ୍ ୧୯୬୬ ରୁ ୧୯୭୪ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଖେଳିଥିଲେ । ତେବେ ପ୍ରଥମ ଶ୍ରେଣୀରେ ୧୯୫୮ ମସିହାରେ ସେ କ୍ରିକେଟରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ।

ଏହି ଭର୍ସିଆନ୍ ଖେଳାଳୀଙ୍କ ମୃତ୍ୟୁ ସମ୍ପୁର୍ଣ୍ଣ କ୍ରିକେଟ୍ ଜଗତ ଏବଂ କ୍ରିକେଟ୍ ପ୍ରେମୀ ସ୍ତବ୍ଧ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତାଙ୍କ ପରିବାର କହିଲେ ଦୁଇ ପୁଅ ଏବଂ ପତ୍ନୀ ରେଖା । ସେ ବାମହାତି ବୋଲର ଏବଂ ଫାଷ୍ଟ୍ ଫିଲ୍ଡର ଥିଲେ ଏବଂ ୮ ବର୍ଷ ଅନ୍ତରାଷ୍ଟ୍ରୀୟ କ୍ୟାରିୟର୍ କରିବାରେ ସଫଳ ହୋଇଥିଲେ ।