ଭାରତୀୟ ଦମ୍ପତ୍ତିଙ୍କ ମହାନତା । ଦାନ କରିଦେଲେ ୫୫ଶହ କୋଟିର ସମ୍ପତ୍ତି

10

ପୁଣି ବଦାନ୍ୟତା ଦେଖାଇଲେ ଭାରତୀୟ ଦମ୍ପତ୍ତି । ଇନଫୋସିସ ପ୍ରତିଷ୍ଠାତା ନନ୍ଦନ ନିଲକାନି ଓ ତାଙ୍କ ପତ୍ନୀ ରୋହିଣୀ ନିଲକାନି ‘ଦି ଗିଭିଙ୍ଗ ପ୍ଲେଜ’ରେ ସାମିଲ ହୋଇଛନ୍ତି । ଏହା ବିଶ୍ୱର ଧନୀ ଲୋକଙ୍କୁ ନେଇ ଏକ ନେଟୱର୍କ ଯେଉଁଠି ଧନୀ ଲୋକମାନେ ନିଜ ସମ୍ପତ୍ତିର ଅଧା ଚାରିଟେବଲ ଉଦ୍ଦେଶ୍ୟରେ ଦାନ କରିଥାଆନ୍ତି ।
ନିଲକାନି ମ୍ପତ୍ତିଙ୍କ ଦସ୍ତଖତ ସମ୍ବଳିତ ଚିଠି ‘ଦି ଗିଭିଙ୍ଗ ପ୍ଲେଜ’ ୱେବସାଇଟରେ ଉପଲବ୍ଧ ହୋଇଛି । ବିଲ ଓ ମେଲିଣ୍ଡା ଗେଟସ ଏଥିପାଇଁ ତାହ୍କୁ କୃତଜ୍ଞତା ଜଣାଇଛନ୍ତି । ନିଲକାନିଙ୍କ ପ୍ରତିଶ୍ରୁତି ନେଇ ବିଲ ଗେଟସ ଟ୍ୱିଟ କରି ଜଣାଇଛନ୍ତି ।

ନନ୍ଦନ ନିଲକାନି ୧୧ହଜାର୬୨ କୋଟି ଟଙ୍କା ସମ୍ପତ୍ତିର ମାଲିକ । ଦେଶର ଦ୍ୱିତୀୟ ବୃହତ ଆଇଟି କମ୍ପାନୀ ଇନଫୋସିସରେ ତାଙ୍କର ଦୁଇ ପ୍ରତିଶତ ଷ୍ଟକ ରହିଛି । ପତ୍ନୀ ରୋହିଣୀ ନିଲକାନିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଅରଘ୍ୟାମ’ ଜରିଆରେ ସେ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ କାମ କରୁଛନ୍ତି ।

ବିଲ,ମେଲିଣ୍ଡା ଗେଟସ ଓ ୱାରେନ ବଫେଟଙ୍କ ଦ୍ୱାରା ‘ଗିଭିଙ୍ଗ ପ୍ଲେଜ’ ପ୍ରତିଷ୍ଠା କରାଯାଇଥିଲା । ଏହି ନେଟୱାର୍କରେ ନିଲକାନି ଯୋଡିହେବାରେ ଚତୁର୍ଥ ଭାରତୀୟ । ପୂର୍ବରୁ ୱିପ୍ରୋ ଚେୟାରମ୍ୟାନ ଅଜିତ ପ୍ରେମଜୀ, ବିଓକନ ଚେୟାରମ୍ୟାନ କିରଣ ମଜୁମଦାରଙ୍କ ସମେତ ପିଏନସି ଆନନ ଏଥିରେ ସାମିଲ ହୋଇଛନ୍ତି ।
ସମାଜରେ ସମସ୍ୟା ଓ ବ୍ୟାଧିର ସମାଧାନ ପାଇଁ କାମ କରୁଛି ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଦି ଗିଭିଙ୍ଗ ପ୍ଲେଜ’ । ସେ ଏଥିରେ ୨୧ଦେଶର ୧୭୧ଜଣ ଧନୀ ବ୍ୟକ୍ତିଙ୍କୁ ସାମିଲ କରିସାରିଛନ୍ତି । ନିଲକାନି ଆଇଟି ଶିଳ୍ପ ଜଗତରେ ଜଣେ ଜଣାଶୁଣା ବ୍ୟକ୍ତି ଓ ଇନଫୋସିସର ସହପ୍ରତିଷ୍ଠାତା ।

Comments are closed.