ଭୁବନେଶ୍ୱରରେ ନାଗସାପ ଦେଲା ୨୩ଟି ଅଣ୍ଡା ! ଭାଇରାଲ ହେଲା ନାଗସାପ ଅଣ୍ଡା ଦେବାର ଭିଡ଼ିଓ

51

କନକ ବ୍ୟୁରୋ : ଅଣ୍ଡା ଦେଉଛି ନାଗସାପ । ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟରେ ଏହି ନାଗସାପଟି ଅଣ୍ଡା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତମାସ ୨୭ ତାରିଖରେ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ଘରୁ ନାଗସାପ ସହ ୨୩ଟି ଅଣ୍ଡା ଉଦ୍ଧାର କରାଯାଇଥିଲା । ପ୍ରଥମେ ନାଗସାପଟି ଏକ ବ୍ୟାଗ ଭିତରେ ୩ଟି ଅଣ୍ଡା ଦେଇଥିଲା । ଏହି ଘଟଣା ଜଣାପଡିବା ପରେ ସ୍ନେକ ହେଲପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ଶୁଭେନ୍ଦୁ ମଲିକ ସାପଟିକୁ ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟକୁ ଆଣି ଏହାର ଯତ୍ନ ନେଇଥିଲେ । ଏହା ପରେ ସାପଟି ମୋଟ ୨୩ ଟି ଅଣ୍ଡା ଦେଇଥିଲା ।

ସୁରକ୍ଷିତ ଭାବେ ସାପଟି ଅଣ୍ଡା ଦେବା ପାଇଁ ଗୋଟିଏ ପ୍ଲାଷ୍ଟିକ ବକ୍ସ ରଖାଯାଇଥିଲା ।ଏହା ଉପରେ ଏକ ପେପର ପକାଯିବା ପରେ ସାପଟି ଅଣ୍ଡା ଦେଇଥିଲା । ଏହା ପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି । ୬୦ ଦିନ ପର୍ଯ୍ୟନ୍ତ ଅଣ୍ଡା ଗୁଡିକୁ ସଂରକ୍ଷଣ କରାଯାଇପାରିବ ବୋଲି କହିଛନ୍ତି ଶୁଭେନ୍ଦୁ । ଏହାପରେ ଏହି ସାପ ଗୁଡିକୁ ମଧ୍ୟ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି ଶୁଭେନ୍ଦୁ ।