ଭାରତୀୟ ସିନେ ମାଲିକ ସଂଘର ନିଷ୍ପତି : ହଲରେ ରିଲିଜ୍ ହେବନି ପାକିସ୍ତାନୀ କଳାକାର ଅଭିନୟ କରିଥିବା ଫିଲ୍ମ

20

3କନକ ବ୍ୟୁରୋ : ଭାରତୀୟ ସିନେମାରେ ଅଭିନୟ କରୁଥିବା ପାକିସ୍ତାନୀ କଳାକାରଙ୍କୁ ଝଟକା । ପାକିସ୍ତାନୀ ଅଭିନୟ କରିଥିବା ଫିଲ୍ମ ସିନେମା ହଲରେ ରିଲିଜ୍ ହୋଇପାରିବ ନାହିଁ । ଏଭଳି ଏକ ଚରମ ନିଷ୍ପତି ନେଇଛି ଭାରତୀୟ ସିନେ ମାଲିକ ସଂଘ ।

କେବଳ ସେତିକି ନୁହେଁ ଭାରତୀୟ ସିନେମାରେ ପାକିସ୍ତାନୀ ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ ଏବଂ ଟେକନିସିଆନ୍ ସାମିଲ ଥିଲେ ସେହି ସିନେମା ଗୁଡ଼ିକ ମଧ୍ୟ ରିଲିଜ୍ ହେବ ନାହିଁ ବୋଲି ସଂଘ ନିଷ୍ପତି ନେଇଛି । ଲୋକଙ୍କ ଦେଶପ୍ରେମ ଭାବନା ଏବଂ ଜାତୀୟ ସାର୍ଥ ଜଡ଼ିତ ଥିବାରୁ ପାକିସ୍ତାନୀ କଳାକାର ଥିବା ଫିଲ୍ମ ରିଲିଜ୍ ନକରିବାକୁ ଏକ୍ସଜିବ୍ୟୁଟର ଏବଂ ଡିଷ୍ଟ୍ରିବ୍ୟୁଟର ମାନଙ୍କୁ ସୂଚନା ଦିଆଯାଇଥିବା ସିନେ ମାଲିକ ସଂଘର ସଭାପତି ସୂଚନା ଦେଇଛନ୍ତି ।

ଏହି ନିଷ୍ପତିର ସିଧାସଳଖ ପ୍ରଭାବ ପଡ଼ିଛି କରନ୍ ଜୋହରଙ୍କ ଆଗମୀ ଫିଲ୍ମ ୟେ ଦିଲ୍ ହେ ମୁସ୍କିଲ ଉପରେ । ଏହି ସିନେମା ଦିୱାଲି ଅବସରରେ ରିଲିଜ୍ ହେବାର ଲକ୍ଷ୍ୟ ଥିବା ବେଳେ ଏହାକୁ ଟାଳିବାକୁ ମଧ୍ୟ ଯୋଜନା ହେଉଥିବା ସୂଚନା ମିଳିଛି । ଏହି ଫିଲ୍ମରେ ପାକିସ୍ତାନୀ କଳାକାର ଫୱାତ୍ ଖାନ୍ ଅଭିନୟ କରିଛନ୍ତି ।