ବୋଲରଙ୍କୁ ଅଧିନାୟକଙ୍କ ପ୍ରଂଶସା । କୋହଲି କହିଲେ, ଭାରତର ଦ୍ରୁତ ବୋଲିଂ ବିଶ୍ୱର ସର୍ବଶ୍ରେଷ୍ଠ ।

267

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ବଡ ବୟାନ ରଖିଛନ୍ତି ଅଧିନାୟକ ବିରାଟ କୋହଲି । ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଦଳର ଦ୍ରୁତ ବୋଲିଂ ବିଭାଗକୁ ବିଶ୍ୱର ସର୍ବଶ୍ରେଷ୍ଠ ବୋଲି କହିଛନ୍ତି । ସେ ଚାହୁଁଥିଲେ, ତାଙ୍କ ଦଳର ଦ୍ରୁତ ବୋଲର ପୂରା ବିଶ୍ୱ କ୍ରିକେଟ୍‌ରେ ରାଜୁତି କରନ୍ତୁ । ଏବେ ଏହା ହିଁ ହେଉଛି ବୋଲି ବିରାଟ କହିଛନ୍ତି ।

ଯଶ୍‌ପ୍ରୀତ ବୁମ୍‌ରାଙ୍କ ନେତୃତ୍ବରେ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ପାଖାପାଖି ଏକବର୍ଷ ହେବ ବହୁତ ଭଲ ପ୍ରଦର୍ଶନ କରିଆସୁଛି ଏବଂ ବିଶ୍ୱର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଛି । ବୁମ୍‌ରାଙ୍କ ବ୍ୟତୀତ ଭାରତ ପାଖରେ ମହମ୍ମଦ ସାମି, ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି । ଇନ୍ଦୋରରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ମଧ୍ୟ ଭାରତୀୟ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ସାମି ୩ ଏବଂ ଈଶାନ୍ତ ଓ ଉମେଶ ୨ ଲେଖାଏଁ ୱିକେଟ୍ ନେଇଛନ୍ତି । ଯାହାକି ବାଂଲାଦେଶ ପ୍ରଥମ ପାଳିକୁ ୧୫୦ ରନ୍‌ରେ ଅଟକାଇବାରେ ପ୍ରମୁଖ ଭୂମିକା ନେଇଛି ବୋଲି କୋହଲି କହିଛନ୍ତି ।