ଭାରତୀୟ କୋଟିପତିଙ୍କ ଅଭିନବ କାର୍ଯ୍ୟ : ନିଜ ଝିଅର କଥା ବୁଝିବା ପାଇଁ ୧୨ ଜଣ କର୍ମଚାରୀଙ୍କୁ ଦେଲେ ନିଯୁକ୍ତି

36

କନକ ବ୍ୟୁରୋ : ରାଜାରାଜୁଡା ଅମଳରୁ ଆରମ୍ଭ କରି ବର୍ତ୍ତମାନର କୋଟିପତିମାନଙ୍କ ରାଜକୀୟ ଓ ବିଳାସ ବ୍ୟସନପୂର୍ଣ୍ଣ ଜୀବନର ଅନେକ କାହାଣୀ ଶୁଣିଥିବେ। ଏମାନେ ନିଜର ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ଘରେ ରୋଷେୟା, ଚାକରବାକର ଠାରୁ ଆରମ୍ଭ କରି ଅନେକ କର୍ମଚାରୀଙ୍କୁ ନିଯୁକ୍ତ କରିଥାନ୍ତି। ଏହିପରି ଏକ ଖବର ବର୍ତ୍ତମାନ ନଜରକୁ ଆସିଛି। ଏବେ ଜଣେ ଭାରତୀୟ କୋଟିପତି ନିଜ ଝିଅର ସୁବିଧା ପାଇଁ ନିଯୁକ୍ତ କରିଛନ୍ତି ୧୨ ଜଣ କର୍ମଚାରୀଙ୍କୁ।

 

ଏହି ଭାରତୀୟ କୋଟିପତିଙ୍କ କୋଟିପତିଙ୍କ ଝିଅ ଏବେ ସ୍କଟଲାଣ୍ଡର ସେଣ୍ଟ ଏଣ୍ଡୟୁଜ୍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ଝିଅକୁ ଲଣ୍ଡନରେ କୌଣସି ପ୍ରକାରର ଅସୁବିଧା ନହେଉ, ସେଥିପାଇଁ ଭାରତୀୟ କୋଟିପତି ଗୋଟିଏ ନୁହେଁ ବରଂ ୧୨ଜଣ ଚାକରଙ୍କ ସେନା ନିଯୁକ୍ତ କରିଛନ୍ତି। ଝିଅର ଆତ୍ମୀୟ ପରିଜନ ଝିଅର ସେବା ପାଇଁ ୧୨ ଜଣ ଷ୍ଟାଫଙ୍କୁ ନିଯୁକ୍ତ କରିଛନ୍ତି। ସେଥିପାଇଁ ସେମାନେ ସିଲଭର ସ୍ୱେନ୍ ନାମକ ବହୁତ ଚର୍ଚ୍ଚିତ ଏଜେନ୍ସିକୁ ନିଯୁକ୍ତ କରିଥିଲେ। ଝିଅ ପାଇଁ ଯେଉଁ କର୍ମଚାରୀଙ୍କୁ ଚୟନ କରାଯାଇଛି, ସେମାନଙ୍କ ମଧ୍ୟରେ ବଟଲର୍, ଶେଫ୍, ମେଡ୍, ହାଉସକିପର୍, ଗାର୍ଡେନର ମଧ୍ୟ ସାମିଲ ଅଛନ୍ତି। କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ ବି ଜାରି କରାଯାଇଥିଲା। କୋଟିପତିଙ୍କ ଝିଅ ୪ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବେ। ଏଥିପାଇଁ ପ୍ୟାଲେସ୍ ସହିତ କାମରେ ନିପୁଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥିପାଇଁ ସେହି ପରିବାର ପାଖାପାଖି ୩୦ ହଜାର ପାଉଣ୍ଡ ଖର୍ଚ୍ଚ କରିବ। ଏଥିରୁ ଜଣାପଡୁଛି କି ଝିଅଟି ସଂଭ୍ରାନ୍ତ ପରିବାରରୁ ଆସିଛି।