ପାକିସ୍ତାନକୁ ଭାରତୀୟ ସେନାର ଚେତାବନୀ ! ସେନାଧିକାରୀ କହିଲେ, ସବୁବେଳେ ଆଗରେ ରହିଛି ଭାରତ, ଗୁଳିର ଭାଷାରେ ଦିଆଯିବ ଜବାବ୍ ।

163

କନକ ବ୍ୟୁରୋ : ପାକିସ୍ତାନୀ ସେନାଠାରୁ ଗୋଟେ ପାଦ ଆଗରେ ରହିଥାଏ ଭାରତୀୟ ସେନା  । ସୀମା ରେଖା ପାଖରେ ୫ ପାକ୍ ରେଂଜରଙ୍କୁ ନିପାତ କରିବା ପରେ କିଛି ଏଭଳି ଶବ୍ଦରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନାର ଉତର କମାଣ୍ଡ ମୁଖ୍ୟ ଲେଫ୍ଟନ୍ୟାଂଟ୍ ଜେନେରାଲ୍ ରଣବୀର ସିଂ  । ସେ କହିଛନ୍ତି ଭାରତ ସବୁ ବେଳେ ପାକିସ୍ତାନଠାରୁ ଗୋଟିଏ ପାଦ ଆଗରେ ରହିଥାଏ ଓ ପାକିସ୍ତାନକୁ ଜବାବ୍ ଦେବାକୁ ଭାରତ ସକ୍ଷମ  ।

ପାକ୍ ସେନାଠୁ ଗୋଟେ ପାଦ ଆଗରେ ଭାରତ । ମୁହଁତୋଡ଼ ଜବାବ୍ ପାଇଁ ଭାରତୀୟ ଯବାନ ପ୍ରସ୍ତୁତ । ନିୟନ୍ତ୍ରଣ ରେଖା ନିକଟରେ ୫ ପାକିସ୍ତାନୀ ରେଂଜର୍ସଙ୍କୁ ନିପାତ୍ କରିବା ପରେ କିଛି ଏଭଳି ଶବ୍ଦରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍ଟନ୍ୟାଂଟ୍ ଜେନେରାଲ୍ ରଣବୀର ସିଂ  । ସେ କହିଛନ୍ତି ପାକିସ୍ତାନୀ ସେନାଠାରୁ ଭାରତୀୟ ସେନା ସବୁବେଳେ ଗୋଟିଏ ପାଦ ଆଗରେ ରହିଥାଏ ଓ ପାକିସ୍ତାନକୁ ଗୁଳିର ଭାଷାରେ ଜବାବ୍ ଦେବାକୁ ଭାରତୀୟ ସେନା ସବୁବେଳେ ପ୍ରସ୍ତୁତ ଓ ସକ୍ଷମ  ।ପାକିସ୍ତାନକୁ ଚେତାବନୀ ପଛର କାହାଣୀ :– ପାକିସ୍ତାନ ସହ ଲାଗିଥିବା ୭୭୮ କିଲୋମିଟର ବିଶିଷ୍ଟ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ସବୁବେଳେ ଉତ୍ତେଜନାମୂଳକ ରହିଆସିଛି  ।- ପାକିସ୍ତାନୀ ରେଂଜର୍ସର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଓ ସ୍ନାଇପର୍ ହମଲା ଭାରତୀୟ ସେନା ପାଇଁ ସବୁବେଳେ ମୁଣ୍ଡବିନ୍ଧାର କାରଣ ହୋଇଆସିଛି  ।- ୨୦୧୮ମସିହାରେ ପାଖାପାଖି ୧୬୦୦ ଥର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି ଓ ୨୦୦୩ ମସିହାରେ ଏହା ହେଉଛି ସର୍ବାଧିକ  ।- ନିକଟରେ ପାକ୍ ଉପରକୁ ଭାରତ କରିଥିବା ହମଲାରେ ୫ ପାକିସ୍ତାନୀ ରେଂଜର ନିପାତ ହୋଇ ଥିଲେ ଓ ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହୋଇଛି  ।ତିନି ତିନିଥର ଭାରତ ନିକଟରୁ ହାରିବା ପରେ ମଧ୍ୟ ବଦଳିନାହିଁ ପାକିସ୍ତାନର ଭାରତ ବିରୋଧୀନୀତି ଓ ଭାରତ ବିପକ୍ଷରେ ଜାରି ରଖିଛି ଛାୟାଯୁଦ୍ଧ  । ତେବେ ଭାରତୀୟ ସେନା ପାକିସ୍ତାନ ସେନାଠାରୁ ସବୁ ବେଳେ ଗୋଟିଏ ପାଦ ଆଗରେ ରହିଥାଏ ଓ ଆଗକୁ ବି ରହିବ ଏହାର ପୁଣି ଏକ ମିଳିଛି ପ୍ରମାଣ  ।

Comments are closed.