ଆତଙ୍କବାଦୀଙ୍କ ମୁକାବିଲା କରିବ ରୋବୋଟ

55

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ପଥର ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ୫୪୪ଟି ସ୍ୱଦେଶୀ ରୋବୋଟ ମୁତୟନ କରାଯିବ । ରୋବୋଟିକ୍ ଅସ୍ତ୍ର ମଇଦାନରେ ଅବତୀର୍ଣ୍ଣ କରାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଯୁଦ୍ଧ ଏବଂ ଆକ୍ରମଣ ସ୍ଥିତିରେ ସମ୍ବେଦନଶୀଳ ସ୍ଥାନକୁ ଯୁଦ୍ଧାସ୍ତ୍ର ଏବଂ ଗୋଳାବାରୁଦ ପଠାଇବା ଦିଗରେ ଏହି ରୋବୋଟ୍ ସହାୟକ ହେବ । ଫାୟାରିଂ ରେଂଜ ଭିତରେ ରହୁଥିବା ପୋଷ୍ଟରେ ନିୟୋଜିତ ଯବାନଙ୍କ ଜୀବନ ପ୍ରତି ସର୍ବଦା ବିପଦ ରହୁଥିବାରୁ ସେଠାରେ ଯବାନଙ୍କ ବଦଳରେ ଏହି ରିମୋଟ୍ ଚାଳିତ ରୋବୋଟ୍ ମୁତୟନ ହେବ । ସେନାର ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରାଳୟ ମଂଜୁରି ଦେଇସାରିଛି ।

ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସେନା ତା’ର ରଣନୀତି ବଦଳାଉଥିବାରୁ ଏହି ରୋବାଟକୁ ସେନାରେ ସାମିଲ କରାଯିବା ଜରୁରୀ ହୋଇପଡ଼ିଛି । ଯେଉଁ ସ୍ଥାନକୁ ଅସ୍ତ୍ର ଓ ଗ୍ରେନେଡ ପଠାଇବା ଅତ୍ୟନ୍ତ କଷ୍ଟକର, ସେଠାକୁ ଏହି ରୋବୋଟ ସହଜରେ ତାହା ନେଇଯାଇ ପାରିବ । ଏଥିରେ ଲାଗିଥିବା ସର୍ଭେଲାନ୍ସ କ୍ୟାମେରା ଅନେକ ତଥ୍ୟ ରେକର୍ଡ କରିବ ଯାହା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବା ସେନାପାଇଁ ସହଜ ହେବ ।