ପାକ୍ ସୀମାରେ ସେନାର ନୂଆ ରଣନୀତି ! ଯୁଦ୍ଧ ଅବସ୍ଥା ଉପୁଜିଲେ ଇଣ୍ଟିଗ୍ରେଟେଡ୍ ବେଟଲ୍ ଗ୍ରୁପ୍ସ ଦେବେ ମୁହଁଭଙ୍ଗା ଯବାବ୍ ।

285

ଭାରତ ଲଗାତାର ସୀମା ଉପରେ ନିଜର ଶକ୍ତି ବଢାଇବାକୁ ଲାଗିଛି । ଏହି ସ୍ଥିତିରେ ଏବେ ଭାରତୀୟ ଯବାନ ପାକ୍ ଉପରେ ଲାଗିଥିବା ସୀମା ଉପରେ ନୂଆ ଇଣ୍ଟିଗ୍ରେଟେଡ୍ ବେଟଲ୍ ଗ୍ରୁପ୍ସ (ଆଇବିଜି) ର ସ୍ଥାପନା କରିବା ପାଇଁ ଯାଉଛନ୍ତି । ଯୁଦ୍ଧ ସ୍ଥିତିରେ ପାକିସ୍ତାନ ଏବଂ ଚୀନ୍ ର ସେନାକୁ ଭାରତୀୟ ସେନାର ତରଫରୁ ଇଣ୍ଟିଗ୍ରେଟେଡ୍ ବେଟଲ୍ ଗ୍ରୁପ୍ସ ଯବାବ୍ ଦେବ । ଆଇବିଜିକୁ ସର୍ବପ୍ରଥମେ ଚଳିତବର୍ଷ ଅକ୍ଟୋବରରେ ପାକ୍ ସୀମାରେ ରଖାଯିବ ।

ସେନାର ସୂତ୍ର ମୁତାବକ , ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ପାକ୍ ସୀମାରେ ଆମେ ୨ ରୁ ୩ ଆଇବିଜି ପ୍ରସ୍ତୁତ କରିବା ଆରମ୍ଭ କରିବୁ । ଏହାପରେ ଚୀନ୍ ସୀମାରେ ମଧ୍ୟ ବେଟଲ୍ ଗ୍ରୁପ୍ସର ବିସ୍ତାର ହେବା ଆରମ୍ଭ ହେବ । ଏହା ଆଇବିଜି ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତଙ୍କ ପ୍ରୟାସର ପରିଣାମ । ନିକଟରେ ରକ୍ଷାମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିବା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଛନ୍ତି ଯେ ସେ ସେନାର ଆଧୁନିକୀକରଣ ପାଇଁ ପୂର୍ଣ୍ଣ ସହଯୋଗ କରିବେ । ଇଣ୍ଟିଗ୍ରେଟେଡ୍ ବେଟଲ୍ ଗ୍ରୁପ୍ସର ପ୍ରତ୍ୟେକ ଗ୍ରୁପରେ ୫ ହଜାର ଯବାନ୍ ରହିବେ । ବର୍ତ୍ତମାନର ବ୍ରିଗେଡ୍ ରେ ୩ ରୁ ୪ ୟୁନିଟ୍ ରହିଛି ଏବଂ ପ୍ରତ୍ୟେକ ୟୁନିଟ୍ ରେ ପାଖାପାଖି ୮୦୦ ଯବାନ ରହିଛନ୍ତି ।