ଚୀନ୍ ଏବଂ ପାକିସ୍ତାନ ସହ ଲଢିବା ପାଇଁ ମୋଦି ସରକାର ଭାରତୀୟ ସେନାକୁ ଦେବେ ୭୩ ହଜାର ଆମେରିକା ଆସଲ୍ଟ ରାଇଫଲ ! ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତା ।

215

ଇଣ୍ଡିଆନ୍ ଆର୍ମୀକୁ ଆଧୁନିକ ହତିଆର ଯୋଗାଇ ଦେବା ପାଇଁ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ରକ୍ଷା ମନ୍ତ୍ରାଳୟ ତରଫରୁ ନିଆଯାଇଥିବା ବେଳେ ସେନାର ଆଧୁନିକିକରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଭାରତ ଆମେରିକାରୁ ଏଥିପାଇଁ ୭୩,୦୦୦ ଅସାଲ୍ଟ ରାଇଫଲ୍ କିଣିବା ପାଇଁ ସେନାକୁ ମଞ୍ଜୁରୀ ମିଳିଯାଇଛି । ତେବେ ଆର୍ମୀର ଏହି ପ୍ରସ୍ତାବ ଲମ୍ବା ସମୟରୁ ସ୍ଥଗିତ ହୋଇଥିଲା । ସୁତ୍ରାନୁସାରେ , ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ଏସଆଇଜି ସାୟର ରାଇଫଲୋ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ତେବେ ଏହି ରାଇଫଲ୍ ର ବ୍ୟବହାର ଚୀନ୍ ସହ ୩,୬୦୦ କି.ମି. ପର୍ଯ୍ୟନ୍ତ ଲମ୍ବିଥିବା ସୀମାରେ ଥିବା ଯବାନ୍ କରିବେ ।

ରିପୋର୍ଟ ମୁତାବକ ଆମେରିକା ସେନା ସହ ଇମରୋପିୟ ସେନା ମଧ୍ୟ ଏହି ରାଇଫଲର ବ୍ୟବହାର କରୁଅଛି । ଏହି ରାଇଫଲକୁ ଫାଷ୍ଟ୍ ଟ୍ରାକ୍ ପ୍ରୋକ୍ୟୁରମେଣ୍ଟ୍ ପ୍ରକ୍ରିୟା ଦ୍ୱାରା କିଣାଯାଉଛି । ତେବେ ଅଧିକାରୀ କହିଛନ୍ତି ଯେ ଏହି ଅନୁବନ୍ଧକୁ ପ୍ରାରମ୍ଭ ହେବାକୁ ଆହୁରି ସପ୍ତାହେ ସମୟ ଲାଗିବ । ଆମେରିକା କମ୍ପାନୀ ସହ କଥାବାର୍ତ୍ତା ହେବାର ଏକବର୍ଷ ପରେ ରାଇଫଲ୍ କୁ ପଠାଇବାକୁ ପଡିବ । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ କି ଭାରତୀୟ ସେନା ଏ ପର୍ଯ୍ୟନ୍ତ ମାନବ ରାଇଫଲକୁ ବ୍ୟବହାର କରିଆସୁଥିଲା । ଭାରତୀୟ ସେନା ଦୁନିଆର ଦ୍ୱିତୀୟ ସବୁଠାରୁ ବଡ ସେନା । ଭାରତରେ ହତିଆର କିଣିବା ପାଇଁ ଏକ ଲମ୍ବା ପ୍ରକ୍ରିୟା ରହିଛି । ଏଥିରେ ଅନେକ ସମୟରେ ଘୋଟାଲା ଏବଂ ଦଲାଲି ଭଳି ଆରୋପ ଲାଗୁଛି । ୨୦୧୭ ମସିହାରେ ସେନା ସାତଲକ୍ଷ ଟଙ୍କାର ରାଇଫଲ୍ ,୪୪,୦୦୦ ଲାଇଟ୍ ମେସିନ୍ ଗନ୍ ଏବଂ ୪୪,୬୦୦ କାର୍ବାଇନ୍ କିଣିବାର ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଆଧୁନିକ ଧରଣର ଏହି ରାଇଫଲ୍ କୁ କେବଳ ମିଲିଟାରୀରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି । କମବାଟ୍ ରେ ପ୍ରସ୍ତୁତ ହୋଇଥିବା ଏହି ହତିହାରକୁ ୧୯୯୪ ରୁ ୨୦୦୪ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଥିଲା । ୨୦୦୪ ପରେ ଏହି ବ୍ୟାନ୍ କୁ ହଟାଇଦିଆଯାଇଥିଲା । ଏହି ହତିଆର ବିନା ଲୋଡ୍ ରେ ଥରକେ ଏକାଧିକ ଗୁଳି ଫୁଟାଇବାର ତାକତ୍ ରଖିଥାଏ । ଆମେରିକା ସେନାବାହିନୀ ଏହି ହତିଆରକୁ ଅଧିକ ବ୍ୟବହାର କରିଥାଏ ।