ପଛରେ ପଡିବେ ୪ ଶକ୍ତିଶାଳୀ ଦେଶ । ୨୦୩୦ ସୁଦ୍ଧା ଭାରତୀୟ ସେନା ହେବ ବିଶ୍ୱର ସବୁଠୁ ଶକ୍ତିଶାଳୀ ବାହିନୀ 

ସାମିଲ ହେଉଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର

525
ଦିନକୁ ଦିନ ବଢୁଛି ଭାରତୀୟ ସେନାର ଶକ୍ତି । ସାମିଲ ହେଉଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । କେବଳ ଯୁଦ୍ଧାସ୍ତ୍ର ନୁହେଁ ଭାରତୀୟ ସେନାକୁ ଶକ୍ତିଶାଳି କରୁଛି ତା ନୁହେଁ ଭାରତୀୟ ସେନାରେ ଦିଆଯାଉଥିବା ଯୁଦ୍ଧ କୌଶଳର ତାଲିମ୍ ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆମେରିକୀୟ ପ୍ରତିରକ୍ଷା ପତ୍ରିକା ନ୍ୟାସନାଲ ଇଣ୍ଟରେଷ୍ଟ ପକ୍ଷରୁ କିଛି ତଥ୍ୟ । ଯାହା ଦର୍ଶାଉଛି କି ୨୦୩୦ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଭାବେ ଆବିର୍ଭାବ ହେବ ।
୨୦୩୦ ସୁଦ୍ଧା ଭାରତୀୟ ସେନା ବିଶ୍ୱର ଶ୍ରେଷ୍ଠ ୫ଟି ଶକ୍ତିଶାଳୀ ସେନା ମଧ୍ୟରେ ରହିବ ବୋଲି ଆମେରିକୀୟ ପ୍ରତିରକ୍ଷା ପତ୍ରିକା ନ୍ୟାସନାଲ ଇଣ୍ଟରେଷ୍ଟ କହିଛି । ପତ୍ରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ଭାରତୀୟ ସେନା ବିଶ୍ୱର ସବୁଠାରୁ ଲଢୁଆ ସେନାର ମାନ୍ୟତା ପାଇବ । ଏହି ତାଲିକାରେ ଥିବା ଅନ୍ୟ ୪ଟି ଦେଶ ହେଲେ ଫ୍ରାନ୍ସ, ଆମେରିକା, ଚୀନ ଓ ଋଷିଆ ।
କିନ୍ତୁ ଏହି ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତ ପଛକୁ ଫ୍ରାନ୍ସ, ତାପଛକୁ ଋଷିଆ, ଆମେରିକା ଓ ଚୀନ ରହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଯୁଦ୍ଧ କୌଶଳ ଓ ଟେକନଲୋଜୀ ଦୃଷ୍ଟିରୁ ଭାରତୀୟ ସେନା ବିଶ୍ୱର ସବୁଠାରୁ ଲଢୁଆ ବାହିନୀର ମାନ୍ୟତା ପାଇବ । କାରଣ ଭାରତୀୟ ସେନା ବିଶ୍ୱର ଅଳ୍ପକେତୋଟି ସେନା ମଧ୍ୟରେ ଅନ୍ୟତମ ଯାହାକି ସବୁବେଳେ ଲଢେଇ କରିଚାଲିଛି । କଶ୍ମୀର, ଉତ୍ତର-ପୂର୍ବାଞ୍ଚଳରେ ଭାରତୀୟ ସେନା ବର୍ଷତମାମ ଲଢେଇ କରୁଛି । ଏଣୁ ଯୁଦ୍ଧ କୌଶଳ ଓ ତାଲିମ କ୍ଷେତ୍ରରେ ଭାରତୀୟ ସେନାର ଅଭିଜ୍ଞତା ସର୍ବାଧିକ । ଭାରତ ତୁଳନାରେ ଚୀନର ସେନା ବଡ଼ ହୋଇଥିଲେ ମଧ୍ୟ ଏହାର ପ୍ରକୃତ ଯୁଦ୍ଧର ଅଭିଜ୍ଞତା ନାହିଁ । ଅନ୍ୟପକ୍ଷରେ ଭାରତ ସରକାର ଏବେ ନିଜ ସେନାକୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଟେକନଲୋଜୀରେ ସଜ୍ଜିତ କରୁଛନ୍ତି । ଭାରତ ଏବେ ଆମେରିକା, ଇସ୍ରାଏଲ, ଋଷିଆ ଓ ଫ୍ରାନ୍ସରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ଖରିଦ କରୁଛି ।

Comments are closed.