ସୈନିକ ବେଶରେ ସୀମାରେ ପ୍ରବେଶ କରୁଥିଲେ ଆତଙ୍କବାଦୀ ! ଗୋଡାଇ ଗୋଡାଇ ନିପାତ କଲା ଭାରତୀୟ ସେନା ।

380

ନୂଆ ବର୍ଷର ଠିକ୍ ଗୋଟିଏ ଦିନ ପୂର୍ବରୁ ସୀମାରେ ଦେଖିବାକୁ ମିଳିଛି ଭାରତୀୟ ସେନାର କଡା କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ ବର୍ଡର ଆକ୍ସନ ଟିମର ଏକ ବଡ ଚକ୍ରାନ୍ତର ପର୍ଦ୍ଦାଫାସ କରିଛି ସେନା । ବୋର୍ଡର ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଭାରତ ସୀମା ଭିତରକୁ ପଶିଆସୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ପାକିସ୍ତାନୀ ସେନା ଏବଂ ଭାରତୀୟ ସେମା ମଧ୍ୟରେ କ୍ରଗମାଗତ ଭାବେ ଫାୟରିଂ ଜାରି ରହିଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି, ଭାରତୀୟ ସୀମା ଭିତରକୁ ପଶି ଆସିଥିବା ଏହି ଆତଙ୍କବାଦୀ ସୈନିକଙ୍କ ବେଶରେ ଥିଲେ । ଏବଂ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇବା ସହ ଏହି ଆତଙ୍କବାଦୀ ଭାରତ ସୀମା ପାଖରେ ପହଞ୍ଚିଥିବା ଜଣାପଡିଛି । କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ଭାରତୀୟ ସେନା ଏହି ଆତଙ୍କବାଦୀଙ୍କୁ ଦେଖିବା ସହ ତାଙ୍କୁ ନିପାତ କରିଥିଲେ ।

ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ଯେ, ଏହି ଆତଙ୍କବାଦୀ ଆର୍ମି ପୋଷାକରେ ନଜର ଆସିଥିଲେ । ଏବଂ ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଥିଲା । ଯେଉଁଥିରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ, ଏହି ଆତଙ୍କବାଦୀ ଭାରତୀୟ ସେନାର ପୋଷ୍ଟ ଉପରେ ହମଲା କରିବାକୁ ଆସିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ପାକିସ୍ତାନୀ ସେନା ଏହି ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିଲା । ଏପରିକି ଭାରତୀୟ ସେନା ସହ ପାକିସ୍ତାନ ସେନାର ଗୁଳିଚାଳନା ମଧ୍ୟ ହୋଇଥିଲା । ଆଉ ଏହି ଗୁଳିଚାଳନାର ଫାଇଦା ଉଠାଇବା ସହ କିଛି ଆତଙ୍କବାଦୀ ଏଲଓସିର ଆରପାରିକୁ ଚାଲିଯାଇଥିଲେ ।