ସୀମାରେ ମେଜରଙ୍କ ସମେତ ୪ ଯବାନଙ୍କ ବଳିଦାନର ବଦଲା ନେଲା ଭାରତ । ପିଓକେରେ ପଶି ୩ ପାକ୍ ସୈନିକଙ୍କୁ ମାରିଲା ଭାରତୀୟ ଯବାନ

25

କନକ ବ୍ୟୁରୋ : ସେନା ନେଲା ପ୍ରତିଶୋଧ । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତ ଦେଇଛି ମୁହଁତୋଡ ଜବାବ । ପିଓକେରେ ପଶି ପାକିସ୍ତାନୀ ସୈନିକଙ୍କୁ ମାରିଲେ ଭାରତୀୟ ଯବାନ । ପାକ୍ ଅଧିକୃତ କଶ୍ମୀର ସୀମାରେ ପଶି ପାକିସ୍ତାନୀ ସେନାର ୩ ଜଣଙ୍କୁ ମାରିଛନ୍ତି ଭାରତୀୟ ଯବାନ । ଆକ୍ରମଣରେ ଜଣେ ପାକିସ୍ତାନୀ ସୈନିକ ଆହତ ମଧ୍ୟ ହୋଇଛନ୍ତି ।

ପାକିସ୍ତାନର ବଲୁଚ୍ ୟୁନିଟ୍ ୧୨ ଡିଭିଜନରେ ସେନା ପକ୍ଷରୁ ଏହି ଅପରେସନ୍ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁଳିମାଡ ଜାରି ରହିଥିଲା । ଗତକାଲି ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଜମ୍ମୁ କଶ୍ମୀର ପୁଂଛ ଜିଲ୍ଲାର ଚକନା ଦା ବାଗ୍ ସେକ୍ଟରରେ ଜୋରଦାର ଗୁଳିମାଡ କରିଥିଲା ପାକିସ୍ତାନ । ଯେଉଁଥିରେ ଜଣେ ମେଜରଙ୍କ ସମେତ ୩ ଜଣ ଯବାନ ସହିଦ୍ ହୋଇଥିଲେ ।