ଭାରତୀୟ ଯବାନ ଔରଙ୍ଗଜେବଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ ! ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀ ଟାଇଗରକୁ ଦେଖାଇଥିଲେ ମୃତ୍ୟୁର ରାସ୍ତା

34

ଟାଇଗରକୁ ମାରିଥିବା ଭାରତୀୟ ଯବାନ ଔରଙ୍ଗଜେବଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ମାନେ କାପୁରୁଷତାର ପରିଚୟ ଦେଇଛନ୍ତି । ଗୁରବାର ଆତଙ୍କବାଦୀ ମାନେ ପୁଞ୍ଝ ଜିଲ୍ଲାର ଭାରତୀୟ ଯବାନଙ୍କୁ କିଡ଼ନାପ କରି ନେଇଛନ୍ତି । ଇଦ୍ ଛୁଟି କାଟିବାକୁ ଘରକୁ ଯାଉଥିବା ବେଳେ ଔରଙ୍ଗଜେବଙ୍କୁ କିଡ଼ନାପ କରି ନେଇଛନ୍ତି ଆତଙ୍କବାଦୀ । ତେବେ କେଉଁ କାରଣରୁ ତାଙ୍କୁ ଅପହରଣ କରି ନିଆଯାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ ।

କୁହାଯାଉଛି, ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀ ସମୀର ଟାଇଗରକୁ ମାରିବାକୁ ସେନା ଯେଉଁ ଅପରେସନ ଚଳାଇଥିଲା ସେଥିରେ ଔରଙ୍ଗଜେବ ସାମିଲ ଥିଲା । ଗତ ଏପ୍ରିଲ ମାସରେ ଜମ୍ମୁ-କଶ୍ମୀରୀର ପୁଲୱାମାରେ ଭାରତୀୟ ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁଥିରେ ହଜିବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ସମୀର ଟାଇଗର ନିହତ ହୋଇଥିଲା । ତେଣୁ ଔରଙ୍ଗଜେବଙ୍କ ଅପହରଣ ପଛରେ ଏହା ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୁଞ୍ଝରେ ରହୁଥିବା ଔରଙ୍ଗଜେବଙ୍କ ୪୪ଆରଆର ଶାଦିମାର୍ଗରେ ପୋଷ୍ଟିଂ ହୋଇଥିଲା । ଇଦ ପାଇଁ ଘରକୁ ଫେରୁଥିବା ବେଳେ ମୋଗଲ ରୋଡ଼ରେ ତାଙ୍କୁ ଅପହରଣ କରାଯାଇଥିଲା । ସକାଳ ପ୍ରାୟ ୯ଟା ସମୟରେ ଏହି ଅପହରଣ ହୋଇଥିଲା । ଘଟଣା ଅନୁଯାୟୀ, ଔରଙ୍ଗଜେବ ସକାଳ ୯ଟା ସମୟରେ ନିଜର ବ୍ୟକ୍ତିଗତ ଗାଡ଼ିରେ ଶୋପିଆନ ଆଡ଼କୁ ଯାଉଥିଲେ । କିନ୍ତୁ କଲମପୋରା ନିକଟରେ ଆତଙ୍କବାଦୀ ମାନେ ଗାଡି ଅଟକାଇବା ପରେ ତାଙ୍କୁ ଅପହରଣ କରି ନେଇଥିଲେ ।