ଭାରତୀୟ ସେନାରେ ଦେଖାଗଲା ଅର୍ଥର ଅଭାବ ! ଟଙ୍କା ଅଭାବରୁ ଯବାନଙ୍କ ଭତ୍ତାକୁ ରୋକିଲେ ଅଧିକାରୀ । 

223

ଦେଶର ସୁରକ୍ଷା ପାଇଁ ସୀମାରେ ଦିନରାତି କାର୍ଯ୍ୟରତ ଯବାନଙ୍କ ସକାଶେ ସରକାର କେତେ ଧ୍ୟାନ ଦେଉଛନ୍ତି ତାହା ଏହି ଲେଖରୁ ଆପଣ ଜାଣିପାରିବେ । ସେନା ପାଖରେ ଯବାନଙ୍କୁ ଦରମା ଦେବା ପାଇଁ ବି ପାଖରେ ଟଙ୍କା ନାହିଁ । ଏକ ଗଣମାଧ୍ୟମ ଅନୁସାରେ, ଭାରତୀୟ ସେନା ପାଖରେ ଫଣ୍ଡ କମ୍ ରହିଛି । ଯେଉଁଥିରେ ନିଜ ଅଫିସରଙ୍କୁ ଟୁର ଏବଂ ଟ୍ରେନିଙ୍ଗ୍ ରେ ଦିଆଯାଉଥିବା ଟଙ୍କା ଉପରେ ରୋକ ଲଗାଇ ଦିଆଯାଇଛି । ଭତ୍ତା ଉପରେ ରୋକ୍ ଲଗାଇ ଦିଆଯିବା ଖବର ଆକାଉଣ୍ଟ୍ ଡିଭିଜନ୍ ଦ୍ୱାରା ୱେବସାଇଟ୍ ରେ ଦିଆଯାଇଛି ।

ସେନାର ଜଣେ ଅଧିକାରୀ କହିଛନ୍ତି ଯେ ୱେବସାଇଟ୍ ରେ ଜାରୀ କରାଯାଇଥିବା ଏଭଳି ପୋଷ୍ଟ୍ ସେନାର ଛବିକୁ ଖରାପ କରୁଛି ।  ପ୍ରିନ୍ସିପଲ୍ କଣ୍ଟ୍ରୋଲର୍ ଅଫ୍ ଆକାଉଣ୍ଟସ୍ (ପିସିଡିଏ) ର ପୋଷ୍ଟରେ କୁହାଯାଇଥିଲା ଯେ ଫଣ୍ଡ କମ୍ ଥିବା ଯୋଗୁଁ ଟିଏ (ଟ୍ରାଭେଲିଙ୍ଗ୍ ଆଲାଉନ୍ସ) ଦିଆଯିବନାହିଁ । ଯେତେବେଳେ ଫଣ୍ଡ ଆସିବ ଭତ୍ତା ମଧ୍ୟ ଦିଆଯିବ । କିନ୍ତୁ ଲିଭ୍ ଟ୍ରାଭେଲ୍ କନେକ୍ସନ୍ ର ସୁବିଧା ଜାରୀ ରହିବ । ତେବେ ଏହି ଭତ୍ତାର ପ୍ରଭାବ ଅଧିକାରୀଙ୍କ ଉପରେ ସିଧାସଳଖ ପଡିବ । ଭାରତୀୟ ସେନାରେ ପ୍ରାୟ ୪୦,୦୦୦ ଅଫିସର ରହିଛନ୍ତି । ଯେଉଁଥିରେ ଏକହଜାର ଅଫିସର ସବୁବେଳେ ଟ୍ରାଭେଲ୍ କରିଥାନ୍ତି କିମ୍ବା କୌଣସି ଫୋର୍ସ ,ପ୍ଲାନିଙ୍ଗ୍ କନଫ୍ରେନ୍ସ, କୋର୍ଟ ଅଫ୍ ଇନକ୍ୱ୍ୟାରୀ କିମ୍ବା ଅନ୍ୟ ଦ୍ରବ୍ୟରେ ସାମିଲ ହେବାକୁ ନେଇ ଅସ୍ଥାୟୀ ଡ୍ୟୁଟିରେ ଥା’ନ୍ତି । ଆପଣଙ୍କୁ ଏଠାରେ କହିରଖୁଛୁ କି ନିକଟରେ ପ୍ରସ୍ତୁତ ହୋଇଥିବା ଅନ୍ତିମ ବଜେଟ୍ ପରେ ରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା ଯେ ଏହାକୁ ଏବେକାର ସବୁଠାରୁ ଅଧିକ ଫଣ୍ଡ ଆବଣ୍ଟିତ କରାଯାଇଛି ।