ସର୍ଜିକାଲ ଷ୍ଟ୍ରାଇକର ସବୁଠୁ ବଡ଼ ସତ ! ସେନାର ଜାଲରେ ଫସିଲେ ପାକିସ୍ତାନୀ ଯବାନ

23

କନକ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀରରେ ସର୍ଜିକାଲ୍ ହମଲା ପରେ ନଜର ଆସିଛି ଭାରତର ପରିବର୍ତିତ ରଣନୀତି । ପୂର୍ବରୁ ରକ୍ଷଣାତ୍ମକ ଆଭିମୁଖ୍ୟ ଦେଖାଉଥିବା ସେନା ଦରକାର ପଡ଼ିଲେ ଆକ୍ରମଣାତ୍ମକ ନୀତି ଆପଣାଇବ ଓ ପାକିସ୍ତାନକୁ କଡ଼ା ଜବାବ ଦେବ ଏହା ପୁଣିଥରେ ସ୍ପଷ୍ଟ ହୋଇଛି । ବୀର ଯବାନଙ୍କ ବଳିଦାନର ୪୮ ଘଂଟା ନପୁରୁଣୁ ସେନା ଏହାର ବଦଲା ନେବା ପରିବର୍ତିତ ରଣନୀତି ଆଡ଼କୁ ଈଶାରା ଦେଇଛି । ପିଓକେର ବଲୁଚ୍ ୟୁନିଟ୍ ୧୨ ଡିଭିଜନ୍ ପୋଷ୍ଟରେ ଭାରତୀୟ ଯବାନ୍ ସର୍ଜିକାଲ ହମଲା କରିବା ପାକିସ୍ତାନର ଚିନ୍ତା ବଢ଼ାଇଥିବା ବେଳେ ଏହା ସେନାର ମନୋବଳକୁ ବୃଦ୍ଧି କରିଛି ।

ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଭାରତୀୟ କମାଣ୍ଡୋ ଯେତେବେଳେ ପ୍ରବେଶ କରୁଥିଲେ ପିଓକେ ଭିତରକୁ ଏହାର ସାମାନ୍ୟ ଆଭାସ୍ ବି ପାଇନଥିଲା ପାକିସ୍ତାନ । ଭାରତୀୟ କମାଣ୍ଡୋ ଖଂଜିଥିବା ଆଇଇଡି ବା ମାରାତ୍ମକ ବିସ୍ଫୋରକ ଧମାକା କରିବା ପରେ ଚେତା ଆସିଥିଲା ପାକ୍ ଯବାନଙ୍କର । ତେବେ ଆତ୍ମରକ୍ଷା ଓ ପ୍ରତି ଆକ୍ରମଣର ଅଡୁଆ ଜାଲରେ ନିଜେ ହିଁ ଛନ୍ଦି ହୋଇଥିଲା ପାକିସ୍ତାନ ଓ ସର୍ଜିକାଲ ହମଲା ହୋଇଥିଲା ସଫଳ ।

ଭାରତ ବିରୁଦ୍ଧରେ ପାକିସ୍ତାନ ଛଦ୍ମଯୁଦ୍ଧର ସେନା ଉଚିତ ଜବାବ ଦେଉଥିବା ବେଳେ କୂଟନୈତିକ ସ୍ତରରେ ମଧ୍ୟ ତାକୁ ବାସନ୍ଦ କରିବା ଜାରି ରହିଛି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ରର ଘୋଷଣା କରିବା ସହ ପାକ୍ ପ୍ରାୟୋଜିତ ଆତଙ୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଭାରତ ପ୍ରତିବଦ୍ଧ । ଏଭଳି ସ୍ଥିତିରେ ଭାରତୀୟ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି । ସେହିପରି ଜମ୍ମୁ କାଶ୍ମୀରରେ ଅପରେସନ୍ ଅଲଆଉଟ୍ ଆତଙ୍କବାଦୀଙ୍କ ନିଦ ହଜାଇଛି । ଏବେ ସର୍ଜିକାଲ ହମଲା ପରେ ସେନା ପାକିସ୍ତାନ ଦମନରେ ପଛକୁ ହଟିବନାହିଁ ପୁଣି ସ୍ପଷ୍ଟ ହୋଇଛି ।