ସେନାକୁ ମିିଳିବ ମଡର୍ଣ୍ଣ ହେଲମେଟ୍ ! ଭେଦ କରିପାରିବନି ଗୁଳି, ରହିବ କମ୍ୟୁନିକେସନ ଡିଭାଇସ

58

ପ୍ରଥମ ଥର ପାଇଁ ସେନା ଯବାନ ପାଇବେ ଆଧୁନିକ ହେଲମେଟ । ଯୁଦ୍ଧ ଓ ସେନା ଅପରେସନ ବେଳେ ସୁରକ୍ଷା ଦେବ ଏହି ମଡର୍ଣ୍ଣ ହେଲମେଟ । କାନପୁରର ଏମକେୟୁ ଇଣ୍ଡଷ୍ଟ୍ରିଜ ସହ ଏନେଇ ଚୁକ୍ତି ସ୍ୱାକ୍ଷର ହୋଇଛି । ୧ଲକ୍ଷ ୫୮ହଜାର ହେଲମେଟ ପାଇଁ ଏବେ ଅର୍ଡର ଦିଆଯାଇଛି । ଏଥିପାଇଁ ୧୮୦କୋଟି ଖର୍ଚ୍ଚ କରିବ ସେନା । ନୂଆ ହେଲମେଟ ତିଆରି ଆରମ୍ଭ ହୋଇଥିବା ବେଳେ ଆଗାମୀ ୩ବର୍ଷ ମଧ୍ୟରେ ଏହା ସେନାକୁ ଯୋଗାଇ ଦିଆଯିବ । ୯ଏମ୍ଏମ୍ ଗୁଳିକୁ ସହିପାରିବ ଏହି ହେଲମେଟ୍ ।

ଏହି ବିଶ୍ୱଶ୍ରେଣୀୟ ହେଲମେଟ ଆରାମଦାୟକ ହେବା ସହ ସୁରକ୍ଷା ଯୋଗାଇଦେବ । ଏହାସହ ଅଧିକାଂଶ ହେଲମେଟରେ କମ୍ୟୁନିକେସନ ଡିଭାଇସ ମଧ୍ୟ ଖଂଜାଯିବ । ସେନାକୁ ଏହି ହେଲମେଟ୍ ଯୋଗାଇ ଦେବା ପାଇଁ ୨ଦଶନ୍ଧି ଧରି ଦାବି ହୋଇଆସୁଥିଲା । ଏହି ହେଲମେଟ ପାଇବା ପାଇଁ ସେନା ଜୋରଦାର ଉଦ୍ୟମ କରିଆସୁଥିଲା । ତେବେ ଶେଷରେ ଯବାନଙ୍କ ସୁରକ୍ଷା ପାଇଁ ଏହି ହେଲମେଟ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି ।ଏହାସହିତ ଦେଖନ୍ତୁ ଏହି ଭିଡିଓ :