ଭାରତୀୟ ସ୍ଥଳସେନାକୁ ମିଳିଲା ଦେଶୀ ବୋଫୋର୍ସ ଧନୁଷ୍ ! ପ୍ରତିଟି ପରିସ୍ଥିତିରେ ଶତ୍ରୁ ଦେଶକୁ ଦେବ ମୁହଁଭଙ୍ଗା ଜବାବ୍ ।

206

ପାକିସ୍ତାନ ସହ ଯେ କୌଣସି ପ୍ରକାରର ଯୁଦ୍ଧକାଳୀନ ସ୍ଥିତିରେ ଭାରତର ଦେଶୀ ବୋଫୋର୍ସ ଶତ୍ରୁକୁ ମୁହଁଭଙ୍ଗା ଜବାବ୍ ଦେଇପାରେ । ଭାରତୀୟ ସେନାରେ ଆଜି ଔପଚାରିକ ଭାବେ ୪ ଦେଶୀ ବୋଫୋର୍ସକୁ ସାମିଲ୍ କରାଯାଇଛି । ଯାହାର ପ୍ରକୃତ ନାଁ ଧନୁଷ୍ ହାୱିଟଜର୍ ରହିଛି । ଧନୁଷ୍ ହାୱିଟଜର୍ ର ନିର୍ମାଣ ବୋଫୋର୍ସ ଅନୁସାରେ କରାଯାଇଛି । ଆପଣଙ୍କୁ କହିରଖୁଛୁ ବୋଫୋର୍ସ ୧୯୮୦ ଦଶନ୍ଧିରେ ଭାରତୀୟ ସେନାରେ ସାମିଲ୍ ହୋଇଥିଲା । ଆର୍ଡନେନ୍ସ ଫ୍ୟାକ୍ଟରୀ ଜବଲପୁରରେ ଏକ କାର୍ଯ୍ୟକ୍ରମରେ ଧନୁଷ୍ କୁ ସେନାରେ ସାମିଲ୍ କରାଯିବ । ଆର୍ମି ତରଫରୁ ଏଭଳି ହତିଆର ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି ।

ଏହା ଯେକୌଣସି ଅସ୍ତ୍ରର ମୁକାବିଲା କରିବାର ସକ୍ଷମ ରଖୁଛି । ୨୦୧୫ ରେ ଭାରତରେ ଏହି ଦେଶୀ ବୋଫୋର୍ସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସ୍ୱଦେଶୀ ତୋପ ଧନୁଷକୁ ବୋଫୋର୍ସଠାରୁ ଉନ୍ନତ ବୋଲି ମନେ କରାଯାଉଛି । ଧନୁଷର କେଲିବର ୧୫୫ ଏମଏମ୍ ଥିôବାବେଳେ ଏହାର ରେଞ୍ଜ ୪୦ କି.ମି. ରହିଛି । ଏହା ଭାରତରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଲମ୍ବା ରେଞ୍ଜର ତୋପ ଅଟେ । ଦିନରାତି ଫାୟାରିଙ୍ଗ୍ କରିବାରେ ଏହା ମାହିର୍ । ପାହାଡ ଅଞ୍ଚଳରେ ଏହି ତୋପକୁ ସହଜରେ ରଖାଯାଇ ଫାୟାରିଙ୍ଗ୍ କରାଯାଇପାରିବ । ଏହି ତୋପର ପରୀକ୍ଷଣ ଅନେକ ପ୍ରକାରର କଠିନ ପରିସ୍ଥିତିରେ କରାଯାଇପାରିବ ।