ଭାରତୀୟ ଯବାନଙ୍କ ଉପରେ ଚୀନ ଆଣିଲା ଅଭିଯୋଗ । ସିକିମ ସୀମାରେ ଭାରତୀୟ ଯବାନ ସୀମା ଲଂଘିଥିବା ଅଭିଯୋଗ

30

କନକ ବ୍ୟୁରୋ: ଭାରତୀୟ ଯବାନଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ଚୀନ । ସିକିମ ସୀମାରେ ଭାରତୀୟ ଯବାନ ସୀମା ଲଂଘିଥିବା ଅଭିଯୋଗ କରି ଚୀନ୍ ସେନା କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦେଇଛି । ସୀମା ଡେଇଁଥିବା ଭାରତୀୟ ଯବାନଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଚୀନ ଭାରତ ସରକାରଙ୍କୁ ଅପିଲ କରିଛି । ଭାରତ ଯେପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର ନ କରିଛି ସେପର୍ଯ୍ୟନ୍ତ ସେ ମାନସରୋବର ଯାତ୍ରା ପାଇଁ ବାଟ ଖୋଲିବ ନାହିଁ ବୋଲି ଚୀନ କହିଛି ।